ଅବକାରୀ ବିଭାଗର ଚଢ଼ାଉ; ୨ ଗିରଫ୍ 

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ବିଭାଗ ପକ୍ଷରୁ ବୁଧବାର ଏକ ଚଢ଼ାଉ କରାଯାଇ ଭିନ୍ନ ଭିନ୍ନ ସ୍ଥାନରୁ ବେଆଇନ ମଦ କାରବାର କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାଝିଗୁଡା ଗ୍ରାମରେ ଚଢ଼ାଉ କରାଯାଇ ହିରଣ୍ୟ ବାଗଙ୍କ ନିକଟରୁ ୧୦ ଲିଟର ବେଆଇନ ମଦ ଜବତ୍ କରାଯାଇଛି। ସେହିପରି ତେଣ୍ଡାପାଳି ଗ୍ରାମର ଚନ୍ଦ୍ରମଣି ଗଇଁନ୍ତାଙ୍କ ଠାରୁ ୯ ଲିଟର ମଦ ଜବତ୍ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ କୋକସରା ଅବକାରୀ ଓଆଇସି ଗୁପ୍ତେଶ୍ୱର ପଟେଲଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଏଥିରେ ଜୟପାଟଣା ଓଆଇସି ସୌମ୍ୟ ରଞ୍ଜନ ମାଝୀ, କନେଷ୍ଟବଳ ଖୁସିଦେବ କଟା, ମହାଦେବ ମାଝୀ ଏବଂ ବିଭାଗୀୟ ଅନ୍ୟ କର୍ମଚାରୀମାନେ  ସାମିଲ ଥିଲେ।

Leave a Reply

Your email address will not be published. Required fields are marked *