ନାରାୟଣ ଯୋଶୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବିଜମରା ଖେଳାଳି ଦଳ ଚମ୍ପିୟାନ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଁଗାଁ ମାଁ ମାଣିକେଶ୍ବରୀ ଯୁବ ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ନାରାୟଣ ଯୋଶୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୂଆଁଗାଁ ରତାଳୁ ପଡା ବସଷ୍ଟାଣ୍ଡ ଖେଳ ପଡିଆ ଠାରେ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ତାପସ କୁମାର ଦାସ, ଭୂପେନ୍ଦ୍ର ଗୋପାଳ , ସଞ୍ଜୀବ ଦୁର୍ଗା ଖେଳ ପରିଚାଳନା କରିଥିଲେ । ଦୁଃଶାସନ ଖରସେଲ ଓ ଦେବେନ୍ଦ୍ର ପୁଝାରୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍ବର୍ଗତ ନାରାୟଣ ଯୋଶୀଙ୍କ ସୁପୁତ୍ର ସସିସେନ୍ ଯୋଷୀ, ସୁରେନ୍ଦ୍ର ମୋହନ ଯୋଷୀ, ମହେନ୍ଦ୍ର ଯୋଷୀ, ଉପେନ୍ଦ୍ର ମୋହନ ଯୋଷୀ, ଶେଷଦେବ ଯୋଷୀଙ୍କ ଆୟୋଯିତ ଉଦଯାପନୀ ଦିବସରେ ସମାଜସେବୀ ଗୌତମ ବିହାରୀ ମୁଖ୍ୟ ଅତିଥି , କୋଟାଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ପଣ୍ଡା ମୁଖ୍ୟ ବକ୍ତା, ସୁରେନ୍ଦ୍ର ମୋହନ ଯୋଶୀ, ମହେନ୍ଦ୍ର ଯୋଶୀ, ଉପେନ୍ଦ୍ର ଯୋଶୀ, ଶେଷଦେବ ଯୋଶୀ , ଅଜିତ ମୁଣ୍ଡ , ଗୌତମ ମାଝୀ , ସୁଧୀର ପଣ୍ଡା , କିଶୋର ହଂସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଅଭିବାଦନ କରିବା ସହ ଉତ୍ସାହିତ କରିଥିଲେ। ଉଦଯାପନୀ ଦିବସରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଦାସୀଗାଁ ଏବଂ ମଣ୍ଡଳ ମଧ୍ୟରେ ଅନୁଷ୍ଠିତ ହେଇଥିଲା , ଦାସୀଗାଁ ଖେଳାଳି ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ବିଜମରା ଓ ଜୟପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ବିଜମରା ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚ ଦାସୀଗାଁ ଏବଂ ବିଜମରା ମଧ୍ୟରେ ସଂଘର୍ଷ ଖେଳ ହୋଇଥିବା ବେଳେ କେହି କାହାରିକୁ ଗୋଲ ସ୍କୋର କରିପାରିନଥିବାରୁ ପେନାଲଟି ଗୋଲରେ ବିଜମରା ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ। ଚମ୍ପିୟାନ ଏବଂ ରନର୍ସ ଦଳକୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇ ଥିଲା। ମାଣିକେଶ୍ଵରୀ ଯୁବ ଅନୁଷ୍ଠାନ ତଥା ପରିଚାଳନା କମିଟିର ରୋହିତ ହଂସ, ରାଧାମୋହନ ସାହୁ , ସୁମନ୍ତ ନାଏକ, ଗଣେଶ୍ ବାଗ, ଗୋପାଳ କୃଷ୍ଣ ଚନ୍ଦନ , ପରମାନନ୍ଦ ସାହୁ , ଜୟନାରାୟଣ ହଂସ , ମୃତ୍ୟୁଞ୍ଜୟ ନାଏକ ସମେତ ନୂଆଗାଁ ଏବଂ ରତlଳୁପଡା ଖେଳ ପ୍ରେମୀ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *