କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ଗ୍ରାମ ପଂଚାୟତ ପରିସରରେ ଉପଖଣ୍ଡସ୍ତରୀୟ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କୋଟାଗାଁ ପଞ୍ଚାୟତ ଗ୍ରାମସାଥି କୁନ୍ତ ଭଟ୍ଟ ମାଝୀ ମୁଖ୍ୟ ଅତିଥି, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଅଭୟ କୁମାର ତାଣ୍ଡି ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ହରିଶଙ୍କର ଦୀପ ଯୋଗ ଦେଇଥିଲେ , ସର୍ବ ପ୍ରଥମେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ପରେ ଅଗ୍ରପୂଜ୍ୟ ଗଣେଶଙ୍କ ଫଟୋ ଚିତ୍ରରେ ପୂଜାର୍ଚନା କରାଯାଇଥିଲା। ଉପଖଣ୍ଡ ଡାକ ନିରୀକ୍ଷକ ରାଜବୀନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଡାକ ବିଭାଗରେ ମିଳୁଥିବା ବିଭିନ୍ନ ପ୍ରକାର ସୁବିଧା ତଥା ସଞ୍ଜୟ ଜମା ଖାତା, ଆର ଡି ଖାତା, ପିଏଲଆଇ, ଆରପିଏଲଆଇ, ଜନ ସେବା ଯୋଜନା, ସୁକନ୍ୟା ଯୋଜନା ଇତ୍ୟାଦି ଅନେକ ଯୋଜନା ଉପରେ ଉପସ୍ଥିତ ଗ୍ରାମବାସି ଓ ଉପଭୋକ୍ତା ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ମେଳାରେ ଛୋଟ ଛୋଟ ଶିଶୁ ମାନଙ୍କ ଆଧାର କାର୍ଡ ପଞ୍ଜି କରଣ କରିବାର ବ୍ୟବସ୍ଥା କରାଯାଇ ଥିଲା। ସଭାଟିକୁ ଖଞ୍ଜନୟନ ବିହାରୀ ଓ ଚନ୍ଦ୍ର ଧ୍ୱଜ ମାଝୀ ପରିଚାଳନା କରିଥିବା ବେଳେ କୋଟାଗାଁ ବ୍ରାଞ୍ଚ ପୋଷ୍ଟ ମାଷ୍ଟର କୁଞ୍ଜ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମଣ୍ଡଳ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ମାଧବ ବାଗ, ଡାକ ସେବକ ଅଜିତ କୁମାର ବେହେରା, ରଞ୍ଜନ କୁମାର ବାରିକ ତଥା କଳମପୁର ଅଧିନସ୍ତ ସମସ୍ତ ଗ୍ରାମୀଣ ଡାକ ସେବକ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଂପାଦନ କରିଥିଲେ ।
