ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁମୁରା ଗ୍ରାମର ସ୍ୱର୍ଗତ ହରିଶ୍ଚନ୍ଦ୍ର ବଗର୍ତ୍ତୀଙ୍କ ଏକାଦଶ କାର୍ଯ୍ୟ ବୁଧବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ଅଞ୍ଚଳର ଯାଦବ ସମାଜର କର୍ମକର୍ତ୍ତା, ଯୁବ ଯାଦବ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ହୋଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସ୍ୱର୍ଗତ ବଗର୍ତ୍ତୀ ଜଣେ ଧର୍ମପରାୟଣ ଓ ସମାଜସେବୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ସେ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ହେବା ସହ ସମାଜ ପ୍ରତି ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରୁଥିଲେ। ସେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜର ପରାମର୍ଶଦାତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ଗୋଲାମୁଣ୍ଡା ବ୍ଲକ ସମେତ କଳାହାଣ୍ଡି ଜିଲ୍ଲା ଯାଦବ ସମାଜରେ ଶୋକର ଛାୟା ଖେଳିଯାଇଛି। ଏକାଦଶ କାର୍ଯ୍ୟରେ ଜୁନାଗଡ଼ ବିଧାୟକଙ୍କ ପ୍ରତିନିଧି ଦିନେଶ ବଗର୍ତ୍ତୀ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ଉପସଭାପତି ଯୁଧିଷ୍ଠିର ଗଉଡ, ସାଧାରଣ ସମ୍ପାଦକ ତ୍ରିପୁରା ନାଏକ, ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ପିତବାସ ବେହେରା, କାଣ୍ଡେଲ ଆଞ୍ଚଳିକ ସଭାପତି କଲକ୍କି ରାମ ବାଗ, ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ରେବା କଟା, ଉପସଭାପତି ତିଲେଶ୍ୱର ଘି, ସମ୍ପାଦକ ପରୀକ୍ଷିତ ଖର୍ସେଲ, ସହ ସମ୍ପାଦକ ସଦାଶିବ ବେମାଲ,ପୂର୍ବତନ କୋଷାଧ୍ୟକ୍ଷ ରୁମାଞ୍ଚଲ ତେଜି, ସାମ୍ବାଦିକ ବ୍ରହ୍ମା ପ୍ରସାଦ କାଣ୍ଡ, ଗୋଲାମୁଣ୍ଡା ବ୍ଲକ ଯୁବ ଯାଦବ ସଭାପତି ଜିତୁ ବଗର୍ତ୍ତୀ ଓ ରାଜେଶ ବଗର୍ତ୍ତୀଙ୍କ ସମେତ ବିଭିନ୍ନ ଆଞ୍ଚଳିକ କର୍ମକର୍ତ୍ତା ଓ ଯୁବ ଯାଦବ ଉପସ୍ଥିତ ଥିଲେ। ଉପସ୍ଥିତ ବ୍ୟକ୍ତିମାନେ ସ୍ୱର୍ଗତ ବଗର୍ତ୍ତୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ।
