କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସ୍ଥାନରେ ବନ୍ଦ ପାଳନ କରାଯାଇ ଥିବା ବେଳେ କଲମପୁର ଠାରେ ମଧ୍ୟ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି। କଲମପୁର ଠାରେ ଏହାର ବେସ ପ୍ରଭାବ ପଡିବା ସହ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ,ଗାଡି ଚଳାଚଳ ବନ୍ଦ ରହିଥିଲା । ଏହି ବନ୍ଦ ପାଳନକୁ ଦଳ ପକ୍ଷରୁ ଜୋରଦାର କରାଯାଇଛି। କଲମପୁର ବ୍ଲକ କଂଗ୍ରେସ କମିଟିର ସଭାପତି ତରଣିସେନ ପଟେଲଙ୍କ ନେତୃତ୍ବ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ବିପିନ ପ୍ରଧାନୀ, ଅହମ୍ମଦ ମହମ୍ମଦ, ଆରଯିପିଏସ କଲମପୁର ବ୍ଲକ ସଭାପତି ପଦ୍ମ କିଶୋର ନାଏକ, ଜଜଗନ୍ନାଥ ନାଏକ, ସୁରେଶ ଚନ୍ଦ୍ର ବାଗ, ପବିତ୍ର ବାଗ, ମସୁଦ ଅଲ୍ଲୀ ଖାଁ, ଡମ୍ବରୁଧର ଦୁର୍ଗା, କେଶବ ଶବର, ହରିଶଙ୍କର ଦ୍ଵୀପ, ସୌଭାଗ୍ୟ ନାଏକ, ଗଣେଶ ନାଗ, ଗଣେଶ ରଣା, ଶ୍ୟାମ ସୁନ୍ଦର ନାଗ, ଲାବ ଶବର, ସୁଶାନ୍ତ ଶବର, ଜୟଶଙ୍କର ଶବର, ନବ ସୁନାନୀ, ଜଗଦୀଶ ପାନ ପ୍ରମୁଖଙ୍କ ନେତୃତ୍ବରେ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନରେ ଶାନ୍ତି ଶ୍ରୁଙ୍ଖଳା ପାଇଁ କଲମପୁର ଥାନା ଅଧିକାରୀ ସୁନିଲୋ କଣ୍ଡାଗରି ଓ ପୋଲିସ ବାହିନୀ ଉପସ୍ଥିତ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ।
