ଓଷ୍ଟାର ସାମ୍ବିଧାନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୋମ୍ୟରଞ୍ଜନ ପତ୍ର) : ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡରୋଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସାମ୍ବିଧାନିକ ବୈଠକ ଓ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ରୋଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବିଧାନିକ ବୈଠକରେ ଓଷ୍ଟା ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ରଥ ଅବଜର ଭାବେ ଯୋଗଦେଇଥିଥିବା ବେଳେ ଓଷ୍ଟା ନର୍ଲା ସମ୍ପାଦକ ବିକ୍ରମ ଗୌଡ଼ ନିର୍ବାଚନ ଅଫିସର ଭାବେ ଯୋଗଦେଇଥିଲେ। ଲାଞ୍ଜିଗଡ଼ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ବିଭିନ୍ନ ମହତ ପୂର୍ଣ୍ଣ କାର୍ଯ୍ୟକଳାପଙ୍କୁ ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ବ୍ଳକର ମାଧ୍ୟମିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ କରାଯାଇଥିଲା। ସଭାପତି ଭାବେ ସୁକଦେବ ମଲ୍ଲ, ଉପ ସଭାପତି ଭାବେ ତରୁଣ କୁମାର ସାହୁ, ଉପ ସଭାନେତ୍ରୀ ସୁଜାତା ମଲ୍ଲିକ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ତାଣ୍ଡି, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ମାଝୀ, ଭାବାନୀ ଶଙ୍କର ନାଗ, ଚିନ୍ତଦା ରବି, ଜିଲ୍ଲା ପ୍ରତିନିଧି ରାମଚନ୍ଦ୍ର ମଲ୍ଲିକ, ରାଜ୍ୟ ପ୍ରତିନିଧି ଜିତେନ୍ଦ୍ର ନାଗ ନିର୍ବାଚିତ ହୋଇଥିଲେ। ଏହି ନବ ନିର୍ବାଚିତ ସଦସ୍ୟଙ୍କୁ ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ରଥ ପଦ ଗୋପନୀୟତା ଶପଥ ପାଠ କରାଇଥିଲେ। ଶେଷରେ ଭାବାନୀ ଶଙ୍କର ନାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଲାଞ୍ଜିଗଡ ରୋଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *