ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ବଣ୍ଟନର ଶୁଭାରମ୍ଭ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅନ୍ତର୍ଗତ ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି। ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାୟକ, ଭବାନୀପାଟଣା ବ୍ଲକ୍ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଏବଂ ଥୁଆମୂଳ ରାମପୁର ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ ଯୋଗଦେଇଥିଲେ। ଜିଲ୍ଲାର ୧୩ଟି ବ୍ଲକ୍‌ର ୨ ଲକ୍ଷ ୩ ହଜାର ୨୮୫ ପରିବାର ଏହି ଯୋଜନାରେ ସାମିଲ ହେବେ। ହିତାଧିକାରୀଙ୍କୁ ତିନୋଟି କିସ୍ତିରେ ୧ ଲକ୍ଷ ୨୦ ହଜାର ଟଙ୍କା ସହାୟତା ମିଳିବ। ଚାରି ମାସରେ ଘର ନିର୍ମାଣ ସମ୍ପୂର୍ଣ୍ଣ କଲେ ୨୦ ହଜାର ଏବଂ ଛଅ ମାସରେ ସମାପ୍ତ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ।କାର୍ଯ୍ୟକ୍ରମକୁ ପିଏ, ଆଇଟିଡିଏ ଧର୍ମରାଜ ମାଝୀ ଏବଂ ବିଡିଓ ଚନ୍ଦନ କୁମାର ଭୋଇ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *