କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ସାମ୍ବାଦିକ ସମୂହ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋମବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚିକିତ୍ସାଧୀନ ରୋଗୀ, ଗର୍ଭବତୀ ମହିଳା, ଭିନ୍ନକ୍ଷମ, ବିଧବା ଓ ଅସହାୟ ବ୍ୟକ୍ତିମାନଙ୍କୁ କମ୍ବଳ ସମେତ ଶୀତବସ୍ତ୍ର ଓ ଫଳ ବଣ୍ଟନ କରାଯାଇଥିଲା। ସାମ୍ବାଦିକ ଦୀପକ କୁମାର ସାହୁ ଓ ସଞ୍ଜୀବ ଠାକୁରଙ୍କ ନେତୃତ୍ୱରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ଡାକ୍ତର ସୋନାଲି ପଣ୍ଡା ଓ ଡାକ୍ତର ଆଶୁତୋଷ ପରିଡ଼ା ସହଯୋଗ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ବେହେରା, ଚକ୍ରଧର ନାଏକ, ରାଜେଶ ସାହୁ, ଏମ୍.ଡି. ଇଲାହି ଓ ପଙ୍କଜ ଶର୍ମା ପ୍ରମୁଖ ସାମିଲ ହୋଇଥିଲେ। ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନରହି ଜନସେବା ଓ ସାମାଜିକ କାର୍ଯ୍ୟରେ ନିୟୋଜିତ ରହି ସମସ୍ତ ଦାୟିତ୍ଵ ନିର୍ବାହ କରିବା ପାଇଁ ମତ ପ୍ରକାଶ ପାଇଛି।
