ବଲାଙ୍ଗିର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ) : ସଇଁତଲା ଥାନା ଅନ୍ତଗତ ଲମ୍ୱକାନୀ ଗ୍ରାମ ଛକରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ପ୍ରାୟ ୭ଟା ସମୟରେ ଲମ୍ୱକାନୀ ଗ୍ରାମର ଚନ୍ଦ୍ରଭାନୁ ମାଝୀଙ୍କ ଏକମାତ୍ର ପୁତ୍ର ଅନୀଲ ମାଝୀ ତାଙ୍କ ସାଙ୍ଗ ଜଗା ମନହୀରାଙ୍କ ସହ ବାଇକ ଯୋଗେ ଶୌଚ ହେବାକୁ ଯାଉଥିବା ବେଳେ ଲମ୍ବକାନୀ ଗ୍ରାମ ଛକରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତୁରନ୍ତ ଦୁହିଁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଇଁତଲା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଉପସ୍ଥିତ ଡ଼ାକ୍ତର ଅନୀଲଙ୍କୁ ମୃତ ଘୋଷଣା କରିଥିବାବେଳେ ଜଗା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସଇଁତଲା ପୋଲିସ ଶବକୁ ଜବତ କରିବା ସହ ବଲାଙ୍ଗିର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା ଓ ଅପରାହ୍ନରେ ଶବ ବ୍ୟବଚ୍ଛେଦ କରି ସାରିବା ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିବା ସହ ଅଧିକ ତଦନ୍ତ ଜାରୀ ରଖିଛି।
