କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ମୁଖ୍ୟାଳୟରୁ ବୃହତ ଖେଳ ପଡିଆ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ କଲମପୁର ଜନସାଧାରଣ , ଖେଳ ପ୍ରେମୀ ତଥା ଅଞ୍ଚଳ ବାସୀ ସକାଳ ୬ଘଣ୍ଟା ଠାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି । ଖେଳକୁଦ ପାଇଁ ଜାଗା ଅଛି ଦଉ ନାହାନ୍ତି ପ୍ରଶାସନ, ଲୋକେ ବର୍ଷ ବର୍ଷ ଧରି ଶତାଧିକ ଏକର ଜମି ମାଡ଼ି ବସିଛନ୍ତି,କଲମପୁର ଅଞ୍ଚଳ ବାସୀଙ୍କ ଦାବି ରହିଛି ସଦର ମହକୁମା ଠାରେ ଏହି ୧୬କୋଟି ଟଙ୍କାର ବୃହତ ଖେଳ ପଡିଆ ହେବା ସକାଶେ ଆଜି କଲମପୁର ଠାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଲମପୁରବାସୀ, ଯଦି ଦାବି ପୂରଣ ନ ହୁଏ ତେବେ ଆନ୍ଦଳନକୁ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି, ଖବର ଲେଖା ହେବା ଯାଏଁ କୌଣସି ନିଷ୍କର୍ଷ ବାହାରି ନ ଥିବା ବେଳେ ଆନ୍ଦୋଳନକାରୀ ମାନଙ୍କ ସହିତ କଲମପୁର ତହସିଲଦାର ସ୍ମରଣିକା ତୁଳ ଓ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଫେରି ଯାଇଛନ୍ତି ।

