ବଡ଼ ଖବର : ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ତହସିଲଦାର 

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ଗୁରୁବାର ବାବେଗୁଡା ଗ୍ରାମ ର ଚନ୍ଦ୍ରଧ୍ବଜ କେତକୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଭିଜିଲାନ୍ସ ପକ୍ଷରୁ ତଦନ୍ତ ରହିଥ‌ିବାବେଳେ ଲାଞ୍ଚ କାରବାର ସମ୍ପର୍କିତ ବିଭିନ୍ନ ଦିଗରେ ଯାଞ୍ଚ କରାଯାଉଛି। ତଦନୁ ପରେ ଏହି ଘଟଣାର ଅଧୂକ ତଥ୍ୟ ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *