ବଢୁଛି ଜୀବନ ହାରିବା ମାମଲା: ୫ ମାସରେ ୪ ପୁଲିସ ଅଧିକାରୀ ଶେଷ କଲେ ଜୀବନ

କଟକ\କ୍ରାନ୍ତିକ୍ଷେତ୍ର(ଆର ଶିଲ୍ପା ରେଡ୍ଡି): ଓଡ଼ିଶା ପୁଲିସରେ ଅଧିକାରୀମାନଙ୍କ ଆତ୍ମହତ୍ୟା ଘଟଣା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଏସ୍‌ଆଇ ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ବାର୍ଟରରୁ ଉଦ୍ଧାର ହେବା ପରେ ନିୟମିତ ଅନ୍ତରାଳରେ ପୁଲିସ ଅଧିକାରୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ପ୍ରବଣତା ଉଦ୍‌ବେଗ ସୃଷ୍ଟି କରିଛି। ଏକ ତଥ୍ୟ ଅନୁସାରେ ଗତ ୫ ମାସ ମଧ୍ୟରେ ୪ଜଣ ଅଧିକାରୀ ଆତ୍ମହତ୍ୟା କରିସାରିଲେଣି। ତେବେ ଏସବୁ ଆତ୍ମହତ୍ୟା ପଛରେ ଚାକିରିର ଚାପ ନା ଅନ୍ୟ କୌଣସି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି।ସୂଚନା ଅନୁସାରେ, ଗତ ଜୁଲାଇ ୪ ତାରିଖରେ କଟକ ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା। ଥାନା ଉପରେ ଥିବା କ୍ବାର୍ଟର୍ସରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପ୍ରକୃତ କାରଣ କ’ଣ ତାହା ପୁଲିସ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିପାରୁନାହିଁ। ସେହିପରି ଅକ୍ଟୋବର ୨୪ ତାରିଖରେ ଟ୍ରେନି ଏଏସ୍‌ଆଇ ଜିତେନ୍ଦ୍ର ସାମନ୍ତରାୟଙ୍କ ଖଣ୍ଡବିଖଣ୍ଡିତ ମୃତଦେହ କାଠଯୋଡ଼ି ଷ୍ଟେସନ୍‌ ନିକଟସ୍ଥ ରେଳ ଧାରଣାରୁ ମିଳିଥିଲା। ବାଲୁଗାଁର ମୂଳବାସିନ୍ଦା ଜିତେନ୍ଦ୍ର କଟକର ଚହଟା ଅଞ୍ଚଳରେ ରହୁଥିଲେ। କଟକ ଟ୍ରାଫିକ୍‌ ପୁଲିସରେ କନେଷ୍ଟବଳ ଭାବେ ପୂର୍ବରୁ କାର୍ଯ୍ୟ କରିଥିବା ଜିତେନ୍ଦ୍ର ଏଏସ୍‌ଆଇକୁ ପଦୋନ୍ନତି ପାଇବା ପରେ ପ୍ରଶିକ୍ଷଣ ନେଉଥିଲେ। ଦୁର୍ଗାପୂଜା ଛୁଟିରେ ଘରକୁ ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଥିଲା

ନିଜ ଉପରେ ନିୟନ୍ତ୍ରଣ ପାଇଁ ପ୍ରତିଦିନ ଧ୍ୟାନ, ପ୍ରାଣାୟାମ କରନ୍ତୁ: ବିଶେଷଜ୍ଞ

ହେଲେ କୌଣସି ଚାପ କିମ୍ବା ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟାର ରାସ୍ତା ବାଛିଥିଲେ ତାହାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ନଭେମ୍ବର ୭ ତାରିଖରେ ରାୟଗଡ଼ା ଅମ୍ବାଦୋଳା ଥାନା ଏଏସ୍‌ଆଇ ଅଶୋକ କୁମାର ପ୍ରଧାନଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ବାର୍ଟର୍ସରୁ ମିିଳିଥିଲା। ୧୫ଦିନର ଛୁଟି ଶେଷ ପରେ ସେ ଡ୍ୟୁଟିରେ ଯୋଗ ଦେଇଥିଲେ। ଡ୍ୟୁଟିରେ ଯୋଗଦେବାର ୨ଦିନ ପରେ ତାଙ୍କର ମୃତଦେହ ମିଳିବା ଘଟଣା ରହସ୍ୟ ହୋଇ ରହିଗଲା। ପାରିବାରିକ ସମସ୍ୟା ନା ଚାକିରିରେ କୌଣସି ସମସ୍ୟାକୁ ନେଇ ସେ ଏଭଳି ପନ୍ଥା ଆପଣାଇଲେ ତାହା ଏଯାଏଁ ଜଣାପଡ଼ିଲାନି। ଶନିବାର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଏସ୍‌ଆଇ ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ବାର୍ଟର୍ସରୁ ମିଳିଛି। ତାଙ୍କ ଉପରେ କୌଣସି ଚାପ ନ ଥିଲା। ତାଙ୍କୁ ହାଲୁକା ଡ୍ୟୁଟି ଦିଆଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି। ତଥାପି ଆତ୍ମହତ୍ୟାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ।

Education: ବନ୍ୟା ବାତ୍ୟା ପାଠପଢା ବାଧାପ୍ରାପ୍ତ କେମିତି ହେବ ଭରଣା; ବାର୍ଷିକ ପରୀକ୍ଷା ପାଇଁ ପିଲା ପ୍ରସ୍ତୁତ ତ?

ଏ ସଂକ୍ରାନ୍ତରେ ଏସ୍‌ସିବି ମେଡିକାଲ୍‌ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅଶ୍ରୁମୋଚନ ସାହୁ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିଗତ, ସାମାଜିକ ଓ ବୃତ୍ତିଗତ ସମସ୍ୟା ରହୁଛି। ଗୋଟିଏକୁ ସମୟ ଦେଲେ ଅନ୍ୟ ଚାପର ପରିଚାଳନା ପାଇଁ ଧ୍ୟାନ ଦେଇହେଉନି। ତେବେ ସମସ୍ତ ପ୍ରକାରର ଚାକିରିରେ ସମସ୍ୟା ଥାଏ ଓ ଚ୍ୟାଲେଞ୍ଜ ରହିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଉପରେ ନିଜର ନିୟନ୍ତ୍ରଣ ଆଣିବାକୁ ହେବ। ସରକାର ମଧ୍ୟ ସେମାନଙ୍କ ମାନସିକ ସ୍ବାସ୍ଥ୍ୟକୁ ସନ୍ତୁଳିତ ରଖିବା ପାଇଁ ଆଧ୍ୟାତ୍ମିକ କେନ୍ଦ୍ରରେ ସମୟ ବିତାଇବାକୁ ସୁଯୋଗ ଦେବାକୁ ହେବ। ନିଜ ଭାବନା ପ୍ରତି ସମୟ ଦେବାକୁ ପଡ଼ିବ। ଯଦି ନିୟମିତ ଧ୍ୟାନ, ପ୍ରାଣାୟମ ଇତ୍ୟାଦି କରିବା ତାହେଲେ ମାନସିକ ସ୍ବାସ୍ଥ୍ୟ ସନ୍ତୁଳିତ ରହିପାରିବ ବୋଲି ଡାକ୍ତର ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *