କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ବଡ଼ପୋଡ଼ାଗୁଡା ପଞ୍ଚାୟତ ସର୍ଗିଗୁଡ଼ା ଠାରେ ଗୁରୁବାର ଗ୍ରାମର ଇଷ୍ଟ ଦେବତା ବାଆଦୀ ଠାକୁରଙ୍କ ତେଲ ହଳଦୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବୟୋଜ୍ୟେଷ୍ଠ ଉଦ୍ଧବ ନାଏକଙ୍କ ସଭାପତିତ୍ବରେ ଏହି ବୈଠକରେ ଉଭୟ ଦାବ୍ରିଗୁଡ଼ା ଗୁଡା ଏବଂ ସର୍ଗୀଗୁଡ଼ା ଗ୍ରାମର ଶତାଧିକ ଚାଷୀ, ଶିରା,ପୂଝାରୀ ବୁଦ୍ଧିଜୀବି ମାନେ ଉପସ୍ଥିତ ରହି ଠାକୁରଙ୍କ ପୂଜାବିଧି ସମ୍ପର୍କରେ ଆଲୋଚନା କରି ନିଜ ନିଜ ମତ ରଖିଥିଲେ। ପରେ ଆଗାମୀ ରବିବାର ବାଆଦୀ ଠାକୁରଙ୍କ ତେଲ ହଳଦୀ ଯାତ୍ରା ଥିବାରୁ ଏହାର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଏକ ସ୍ଥାୟୀ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ କମିଟିର ସ୍ଥାୟୀ ସଭାପତି ଭାବରେ ଧନବଲ ମାଝୀ, ଉପସଭାପତି ପରୀକ୍ଷିତ ବେଶ୍ରା,ସମ୍ପାଦକ ଭୁଜବଳ ବାଗ, ସହ ସମ୍ପାଦକ ଲଛମନ ଛତ୍ରିଆ, କୋଷାଧ୍ୟକ୍ଷ ଶିବ ମାଝୀ ଏବଂ ମନ୍ଦିର ପରିଚାଳନା ପାଇଁ ଏଗାର ଜଣିଆ ଏକ କମିଟି ଗଠନ କରାଯାଇଥିଲା। ଭୋଦେବ ବାଣୁଆ, କୃତିବାସ ମାଝୀ, ନିରନ ଦିଶାରି,ଡମ୍ବରୁଧର ଧମାଝୀ, ଉଦ୍ଧବ ନାଏକ, ୠଷି ମାଝୀ ଆଦି କାର୍ଯ୍ୟକାରୀ କମିଟିରେ ରହିଥିବା ବେଳେ ଗ୍ରାମର ଲଲିତ ନାଏକ, ଦୁର୍ଜନ ବାଗ, ନକୁଲ ପୁଝାରୀ, ତୁଲାରାମ ମାଝୀ, ମନଧର କହଁର,ବନମାଲି ରାଉତ, ଭୁଜବଳ ବେଶ୍ରା, ଚନ୍ଦ୍ରମଣି ବେଶ୍ରା ପ୍ରମୁଖ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ।