କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କେସିଙ୍ଗା ନଗର ବିଜେପି ର ସଭାପତି ଭାର ଗ୍ରହଣ କରିବା ପରେ ପୀଙ୍କୁ ପରିଡ଼ା ଙ୍କୁ ଏକ୍ସନ ମୁଡ ରେ ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲାକୁ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କେସିଙ୍ଗା ବିଜେପି ସଭାପତି ପିଂକୁ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ଭବାନୀପାଟଣା ଯାଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି କେସିଙ୍ଗା ମେଡିକାଲ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ରେ କେସିଙ୍ଗା ମେଡିକାଲ ପାଇଁ ଜଣେ ମେଡ଼ିସିନ ସ୍ପେଶିଆଲିଷ୍ଟ ନିଯୁକ୍ତି, ମେଡିକାଲ ପାଇଁ ଆହୁରି ତିନିଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି, କେସିଙ୍ଗା ମେଡିକାଲରେ ବ୍ଲଡ ବ୍ୟାଙ୍କର ବ୍ୟବସ୍ଥା, ପୁରୁଣା ହୋଇ ଯାଇଥିବା ଡକ୍ଟର ଓ ଷ୍ଟାଫଙ୍କ ସରକାରୀ କୋଠାର ମରାମତି, ହସ୍ପିଟାଲରେ ଅତ୍ୟାଧୁନିକ ଲେବ୍ରୋଟରି ର ସ୍ଥାପନ ସାଙ୍ଗକୁ ଲେବ ଟେକ୍ନିସିଏନ ଓ ନର୍ସିଂ ଷ୍ଟାଫ ଯଥା ଶୀଘ୍ର ନିଯୁକ୍ତି ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ।ସ୍ଵାସ୍ଥ୍ୟ ମନ୍ତ୍ରୀ ଯଥା ଶୀଘ୍ର ସମସ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି କେସିଙ୍ଗା ବିଜେପି ନଗର ସଭାପତି ପ୍ରକାଶ କରିଛନ୍ତି। ଏହି ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ଟାଉନ ସମ୍ପାଦକ ଯୁଗଳ କିଶୋର ଦୀପ, ସୁନୀଲ ଜୈନ, ବିମଳ ବାଗ ପ୍ରମୁଖ ଉପସ୍ଥିତ ଥିଲେ।