ଜାମଚୁଆଁ କ୍ରସରରେ ବିସ୍ଫୋରକ ମିଳିବା ଘଟଣା, ବିକ୍ରମ ଗୁପ୍ତାକୁ କୋର୍ଟ ଚାଲାଣ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ: (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଜାମଚୁଆଁ ଜଗନ୍ନାଥ ଷ୍ଟୋନ କ୍ରସର ରୁ ବେଆଇନ ଭାବେ ୬୫ କ୍ୟୁଣ୍ଟାଲ ବିସ୍ଫୋରକ ଓ ୧୧୫ଟି ଡେଟୋନେଟର ଜବତ ଘଟଣା, ଜେଲ ଗଲା କ୍ରସର ପରିଚାଳନା କରୁଥିବା ବିକ୍ରମ ଗୁପ୍ତା। ଆଜି ବିକ୍ରମ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପାଟଣା ପୋଲିସ।ବିଶାଖାପାଟଣା ରୁ ଗୁପ୍ତାକୁ ଗିରଫ କରିଥିବା ସୂଚନା ମିଳିଛି,ଘଟଣା ପରେ ଫେରାର ମାରିଥିଲେ ବିକ୍ରମ। ତେବେ ଏସ୍ପି ନାଗରାଜ ଦେବର କୋଣ୍ଡାଙ୍କ ନେତୃତ୍ୱରେ ମୋବାଇଲ ଟ୍ରାକିଂ ଜରିଆରେ ଗୋଟିଏ ଟିମ ବିଶାଖାପାଟଣା ଯାଇ ତାଙ୍କୁ କାବୁ କରିଥିଲା। ଏ ଘଟଣାରେ ଆଗରୁ ୪ ଜଣ ଗିରଫ ହୋଇଛନ୍ତି।ତେବେ କଣ୍ଟାବାଞ୍ଜି ରୁ ବିସ୍ପୋରକ କିଏ ଏତେ ପରିମାଣରେ ପଠାଇଥିଲା ତାକୁ ନେଇ ଚାଲିଛି ତଦନ୍ତ।