ଡ୍ରେନେଜ୍ କି କଂକ୍ରିଟ ବ୍ୟବସ୍ଥା ନାହିଁ, ସାମାନ୍ୟ ବର୍ଷରେ ଲେମ୍ପସ ରାସ୍ତା ଶୋଚନୀୟ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଲେମ୍ପସ୍ କାର୍ଯ୍ୟାଳୟ କୁ ଯିବା ରାସ୍ତା ଅଳ୍ପ ବର୍ଷା ହେଲେ କୃତିମ ପୋଖରୀ ପାଲଟି ଯାଉଛି। ଏହି ରାସ୍ତା ର ଉଭୟ ପାର୍ଶ୍ଵ ରେ ଡ୍ରେନ ନ ଥିବାରୁ ବର୍ଷା ହେଲେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଗୋଟିଏ ଜାଗା ରେ ଜମାଟ ବାନ୍ଧୁଛି। ଯାହା ଫଳରେ ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ  ପଂଚାୟତ ଗୋଦାମ ଗୃହ, ସାମ୍ୱାଦିକ କ୍ଲବ, ବ୍ୟାଙ୍କ, ଲେମ୍ପ ଗୋଦାମ ଗୃହ ଓ ମୈଦଲପୁର ଗାଁ ଭିତର କୁ ଯିବା ମୁଖ୍ୟ ରାସ୍ତା ଅଟେ। କିଛି ଦିନ ହେଲା ଅଂଚଳ ରେ ବର୍ଷା ଲାଗି ଲାଗିଥିବାରୁ ସେଠାରେ କୃତିମ ପୋଖରୀ ପାଲଟିଛି। ରାସ୍ତା ମଝିରେ ବଡ଼ ବଡ଼ ଗାତ ସଦୃଶ୍ୟ ଥିବାରୁ ଆଣ୍ଠୁଏ କାଦୁଅ ପାଣି ସେହି ରାସ୍ତା ମଧ୍ୟରେ ଜମିକି ରହୁଛି। ବର୍ତ୍ତମାନ ଏବେ ଲେମ୍ପ୍ପ ମଧ୍ୟରେ ସାର ଓ ବିହନ ଚାଷୀ ଙ୍କୁ ଦିଆଯାଉଥିବାରୁ ଚାଷୀମାନେ ସାର ବିହନ ବାଇକ୍, ଅଟୋରେ ନେବା ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି। ରାସ୍ତା ର ଉଭୟ ପାର୍ଶ୍ଵ ରେ ଡ୍ରେନ ତିଆରି ଓ କଂକ୍ରିଟ ରାସ୍ତା ପାଇଁ ଅଂଚଳବାସି ଓ ଲେମ୍ପ୍ସ କୁ ଆସୁଥିବା ଚାଷୀ ମାନେ ଦାବି କରିଛନ୍ତି।