ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଦୀର୍ଘ ବର୍ଷ ହେଲା ଇନ୍ଦ୍ରାବତୀ ପ୍ରକଳ୍ପ ମୂଖିଗୁଡ଼ା ଠାରୁ ମହୁଳପଟଣା ୧୫ କିମି ଘାଟି ରାସ୍ତା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିସ୍ଥାପିତ ଅନେକ ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସେମାନେ ବିଭିନ୍ନ ସମୟରେ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ମାନଙ୍କୁ ଅଭିଯୋଗ କରି ଆସିଛନ୍ତି। କିନ୍ତୁ କେବଲ ପ୍ରତିଶ୍ରୁତି ଛଡା ତାଙ୍କୁ କିଛି ମିଳି ନାହିଁ। ତେବେ ବର୍ତ୍ତମାନ ଏହି ଅଞ୍ଚଳ କୁ ମୁଖ୍ୟ ଶାସନ ସଚିବଙ୍କ ଗ୍ରସ୍ତ ରହିଛି। ଏଣୁ ନିଜର ସମସ୍ତ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ମାନେ ମରାମତି ପାଇଁ ତତ୍ପର ହୋଇଛନ୍ତି, ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ସଚିବ ଗ୍ରସ୍ତକୁ ନେଇ ଇନ୍ଦ୍ରାବତୀ ପ୍ରକଳ୍ପର ଅଧିକାରୀଙ୍କ ଚେତା ପଶିଲା ନା ନିଦରୁ ଉଠିଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ସଚିବ ବିକାଶ ଦେଖନ୍ତୁ ବୋଲି ଲୋକେ ଅଡ଼ି ବସିଛନ୍ତି।