ଏସ୍ଏସଜି ସଭାନେତ୍ରୀ ଓ ସମ୍ପାଦିକାଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ସାନପୋଡାଗୁଡା କଲ୍ୟାଣୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାଙ୍କ ନାଁରେ ଟଙ୍କା ହଡ଼ପ କରିଥିବା ନେଇ ଆମପାଣି ଥାନାରେ ଅଭିଯୋଗ ହୋଇଛି। ଗୋଷ୍ଠୀର ୮ ଜଣ ସଦସ୍ୟା ଉଭୟଙ୍କ ନାଁରେ ଏହି ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଅନୁସାରେ, ଉକ୍ତ ମହିଳା ଗୋଷ୍ଠୀ ପକ୍ଷରୁ ସରକାରଙ୍କ ଦ୍ବାରା ବିଭିନ୍ନ କିସ୍ତିରେ ପ୍ରୋତ୍ସାହନ ଓ ପୋଖରୀ ଲିଜ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦେବା ଆଦି କାର୍ଯ୍ୟରୁ ଗୋଷ୍ଠୀ ନାମରେ ଥିବା ବ୍ୟାଙ୍କ ଖାତରେ ଲକ୍ଷଧିକ ଟଙ୍କା ରହିଥିଲା। ତେବେ ଗୋଷ୍ଠୀର ସଭାନେତ୍ରୀ ମଧୁସ୍ମିତା ନିଆଲ ଓ ନମିତା ଗୋପାଳ ଅନ୍ୟ ସଦସ୍ୟା ମାନଙ୍କ ଅଜାଣତରେ ଜାଲ ଦସ୍ତଖତ କରି ପର୍ଯ୍ୟାୟ କ୍ରମେ ଉଭୟେ ଲକ୍ଷାଧିକ ଟଙ୍କା ଉଠାଣ କରିଥିବା ଅଭିଯୋଗ ହୋଇଛି। ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଟଙ୍କା କଥା ପଚାରିଲେ କୈାଣସି ପ୍ରକାରରେ ମୁହଁ ଖୋଲୁ ନଥିବା ଓ ରେଜୁଲେସନ ଖାତା ଏବଂ ବ୍ୟାଙ୍କ ପାସବହି ଚିରି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋଷ୍ଠୀର ସଦସ୍ୟା ପାରିଜାତ ନିଆଲ, ରୋଦନା ବନିୟା, ଅଷ୍ଟମୀ ହଂସ, ହେମବତୀ ନିଆଲ, ସୋବାନି ନିଆଲ, ଦଶମତି ନିଆଲ, ବାସନ୍ତୀ ନିଆଲ, ପ୍ରେମସିଲା ନିଆଳ ପ୍ରମୁଖ ସଦସ୍ୟାଙ୍କ ଅଭିଯୋଗ ଅନୁସାରେ ମୋଟ ୧୪ ଲକ୍ଷ୍ୟ ୪୦ ମଧ୍ୟରୁ ପ୍ରାୟ ୮ଲକ୍ଷ ୭୦ ହଜାର ଟଙ୍କା ହେରଫେର କରିଥିବା କରିଛନ୍ତି। ଏନେଇ ଗୋଷ୍ଠୀର ସଦସ୍ୟା ମାନେ କୋକସରା ବିଡ଼ିଓଙ୍କ ଦ୍ବାରସ୍ଥ ହେବାସହ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏ ବିଷୟରେ ମିଶନ ଶକ୍ତି ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ମାନସ ରଞ୍ଜନ ବାରିକଙ୍କୁ ପଚାରିବାରୁ ବ୍ୟାଙ୍କ ଷ୍ଟେଟମେଣ୍ଟ ମଗାଯାଇଛି, ଏବଂ ତଦନ୍ତ କରୁଛୁ, ଫାଇନାଲ ରିପୋର୍ଟ ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି। ସେହିପରି ଆମପାଣି ଥାନା ଅଧିକାରୀ ଜେ.ଏଚ୍ ହୋତାଙ୍କୁ ପଚାରିବାରୁ ଅଭିଯୋଗ ଆସିଛି, ତାଙ୍କ ବିଭାଗ ତରଫରୁ ତଦନ୍ତ ପରେ କେତେ ଟଙ୍କାର ହେରଫେର ହୋଇଛି ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।