ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ଗୁରୁବାର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଠା ଠାରେ ପୋଷଣ ଟ୍ରାକ ଏଫ.ଆର. ଏସରେ ହେଉଥିବା ସମସ୍ୟା ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ସି.ଡି.ପି.ଙ୍କ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ଅଙ୍ଗନଓ୍ୱାଡି କର୍ମୀ । ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ ଓ୍ବାର୍କର୍ସ ଏସୋସିଏସନ ରାଜ୍ୟ ସଂଘର ନିଷ୍ପତି ଅନୁସାରେ ପ୍ରତି ବ୍ଲକରେ ସି.ଡି.ପି.ଓଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଛି । ପୋଷଣ ଟ୍ରାକରେ ଏପ.ଆର. ଏସ ସମୟରେ ନେଟୱାର୍କ ସମସ୍ୟା ସହ ହାଇସ୍କୁଲ ଭର୍ସନ କାର୍ଯ୍ୟ ପାଇଁ ଉନ୍ନତ ମାନର ମୋବାଇଲ ଅଭାବ, ନେଟୱାର୍କ ସମସ୍ୟଆ ଯୋଗୁଁ ହିତାଧୂକାରୀ କେନ୍ଦ୍ରକୁ ଆସି ନିରାଶ ହେଇ ଫେରିବା, ଫଟୋ ମିସମେଚ ହେବା ଆଦି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଅପରାହ୍ନ ସାଢେ ୩ଟା ସମୟରେ ସ୍ଥାନୀୟ ମା ମାଣିକେଶ୍ବରୀ ମନ୍ଦିର ସମ୍ମୁଖରୁ ଥୁଆମଳ ରାମପୁର ବ୍ଲକ ଅଙ୍ଗନଓ୍ବାଡି ବ୍ଲକ ସଂଘର ସଭାନେତ୍ରୀ ରମାକାନ୍ତୀ ନାଏକ, ସମ୍ପାଦିକା ବିନୋଜଦିନୀ ମଙ୍ଗରାଜ, ସ୍ମୃତିରେଖା ମାଝୀ, ସବିତାଞ୍ଜଳୀ ନାଏକ, ପଦ୍ମବାତୀ ଦୋରା, ଡଙ୍ଗର ମାଝୀ,ପୁଷ୍ପଲତା ବାଗ,ସୁକାନ୍ତି ନାଏକ, ବିଜୟିନୀ ମାଝୀ,କୁନ୍ତଳା ନାଏକ, ସୁଶିଳା ନାଏକ ଏବଂ କୁମୁଦିନୀ ନାଏକକ ନେତୃତ୍ୱରେ ବହୁ ଅଙ୍ଗନୱାଡି କର୍ମୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସି.ଡି.ପି.ଓଙ୍କ କାର୍ଯ୍ୟାଳୟକୁ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ।

