ସଫେଇ ହେଉନି ଡ୍ରେନ, ଦୁର୍ଦଶାରେ ସାହି ବାସିନ୍ଦା

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା  ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତର ଭାଟ ସାହିର ଉଭୟ ପାର୍ଶ୍ୱର ଡ୍ରେନ ସଫା କରା ଯାଇନି । ଯାହାର ଦୁର୍ଦଶା ଭୋଗୁଛନ୍ତି ସାହି ବାସିନ୍ଦା । ସୂଚନା ଅନୁସାରେ, ଏହି ସାହିରେ ୧୦ ପରିବାର ବାସ କରୁଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ବହୁତ ଦିନ ହେଲା ଡ୍ରେନ ସଫା କରା ଯାଇନି । ଡ୍ରେନ ନିକଟରେ ସାହି ବାସିନ୍ଦାଙ୍କୁ ସ୍ଵଛ ପାଣି ପାଇଁ ଏକ ନଳକୂଅ ତିଆରି କରାଯାଇଛି। ଉକ୍ତ ନଳକୂପ ନିକଟରେ ମଇଳା ଓ ଆବର୍ଜନାର କୃତ୍ରିମ ପାହାଡ଼ ସୃଷ୍ଟି ହୋଇଛି । ଅନ୍ୟ ପଟେ ଡ୍ରେନ ରେ ମଇଳା ଓ ଆବର୍ଜନା ଭର୍ତି ହୋଇ ପଡିଛି । ବର୍ଷା ହେଲେ ଆବର୍ଜନା ପାଣି ଘର ଭିତରେ ପସୁଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ଏଭଳି ପରିସ୍ଥିତିରେ ମଶା ମାଛିଙ୍କ ପାଦୃଭାବ ବଢିବା ସହ ସାହି ବାସିନ୍ଦା ରୋଗାକ୍ରାନ୍ତ ହେବା ର ସମ୍ଭବନା ରହିଛି ବୋଲି ସାହିର କୁନା ରାଓ, ଜିତେନ୍ଦ୍ର କୁମାର ରାଓ, ଜୟନ୍ତୀ ରାଓ, ସୁଶୀଳା ରାଓ, ଉର୍ମିଳା ରାଓ, ରତ୍ନାବତୀ ରାଓ, ପଦମ କୁମାର ରାଓ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ଆମେ ସରପଞ୍ଚ ଟଙ୍କଧର ମାଝୀ ଙ୍କୁ ଯୋଗାଯୋଗ କରିବାରୁ ଦୁଇ ଦିନ ଭିତରେ ଡ୍ରେନ ସଫା କରିବୁ ବୋଲି କହିଛନ୍ତି।