ଜୟପାଟଣାକୁ ଏନଏସି  ମାନ୍ୟତା ପରେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : ମୋହନ ମାଝୀଙ୍କ ସରକାର ରେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନର୍ଲାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ମିଳିଛି। ଏହି ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅବିନାଶ ନନ୍ଦ ଓ ଜୟପାଟଣା ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା କୃତଜ୍ଞତା ଜଣାଇବା ସହିତ ଜୟପାଟଣାରେ ଆୟୋଜିତ ଧନ୍ୟବାଦ ସଭାରେ ଯୋଗଦେବା ପାଇଁ ନିମନ୍ତ୍ରଣ ଦେବା ସହିତ କପୁରମାଲ ଗାଁ କୁ ମଧ୍ୟ ଏନଏସି  ରେ ଯୋଡିବା ପାଇଁ କିଛି କପୁରମାଲ ଗାଁ ବାସୀଙ୍କ ଉପସ୍ଥିତି ରେ ଅନୁରୋଧ କରିଥିଲେ। ଯାହାକୁ ନେଇ ଜୟପାଟଣା ଅଞ୍ଚଳରେ ରାଜନୈତିକ ସରଗରମ ଦେଖା ଦେଇଛି।