କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯାଳୟଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ କଲମପୁର ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ବ୍ଲକ ଏଇ କିରଣ କୁମାର ଷଣ୍ଢ, ଗୋଷ୍ଠୀ ଅର୍ଥ ପରାମର୍ଶ ଦାତା ନିଖିଲେସ ପାତ୍ର , ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ବିଧାୟକ ପ୍ରତିନିଧି ସୁଶିଲ ରାଉତ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଘନଶ୍ୟାମ ନାଏକ, ବିଜମରା ପଞ୍ଚାୟତ ସରପଞ୍ଚ ବାଳକୃଷ୍ଣ ଧ.ମାଝୀ, ବନ୍ଧକନା ପଞ୍ଚାୟତ ସରପଞ୍ଚ ହିମାଦ୍ରି ବାଗ, ସମିତି ସଭ୍ୟ ରିନା ମାଝୀ, କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା , ମଣ୍ଡଳ ସରପଞ୍ଚ ତ୍ରୟମ୍ବକ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ, ଶିବିରରେ ବ୍ଲକର ୧୧ଗୋଟି ପଞ୍ଚାୟତରୁ ଆସିଥିବା ୩୮୮ ଜଣ ଭିନ୍ନକ୍ଷମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୧୨୪ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର , ଅସ୍ଥିଶଲ୍ୟ ବିଭାଗ ପଞ୍ଜିକରଣ ୧୦୫, ମାନସିକ ବିଭାଗ ୩୧, କର୍ଣ୍ଣ ଓ ଗଲା ୯୫ , ଚକ୍ଷୁ ବିଭାଗ ୫୯ ଏବଂ ଅନ୍ୟାନ୍ୟ ସହାୟତା ପାଇଁ ୯୮ ଜଣ ପଞ୍ଜିକରଣ କରିଥିବା ବେଳେ ୩୦ ଜଣଙ୍କୁ ବସ୍ପାସ , ୨୭ ଜଣଙ୍କୁ ଟ୍ରେନ ପାସ ଏବଂ ଟ୍ରାଇ ସାଇକେଲ ପାଇଁ ୫ଜଣ ଆବେଦନ , ଡିଆରଆଇ ଲୋନ ପାଇଁ ୩ ଜଣ, ଚଷମା ପାଇଁ ୭ଜଣ, ଘର ପାଇବା ପାଇଁ ୫ଜଣ ଆବେଦନ କରିଥିଲେ। ନୂତନ ଭତ୍ତା ମଧ୍ୟରୁ ମଧୁବାବୁ ଭତ୍ତା ୫୦ ଜଣଙ୍କୁ ଏବଂ ଇନ୍ଦିରାଗାନ୍ଧି ଜାତୀୟ ଭତ୍ତା ଯୋଜନାରେ ୫୧ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ମିଶନ ଶକ୍ତି ବିଭାଗରୁ ୧୫ଗୋଟି ସ୍ୱଙ୍ଗ ସହାହାକ ଦଳକୁ ଆବର୍ତ୍ତନ ପାଣ୍ଠି ଦିଆଯାଇ ଥିଲା, କଲମପୁର ତହସିଲ କାର୍ଯ୍ୟାଳୟ ତରଫରୁ ୧୦ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଶିବିରରେ ଅସ୍ଥିଶଲ୍ୟ ବିଭାଗ ଡାକ୍ତର ପ୍ରମୋତେସ କଶ୍ୟପ ପଣ୍ଡା , ଚକ୍ଷୁ ବିଭାଗର ନିବେଦିତା ମହାରଣା , ମାନସିକ ବିଭାଗ ଅନନ୍ତ ଚରଣ ମେହେର , କର୍ଣ୍ଣ ଓ ଗଳା ଶ୍ରିଧାର୍ଥ ଜେନା , ମାନସିକ କର୍ମୀ ଅନାୟତ ମହମ୍ମଦ , ଶ୍ରାବଣ ବିଦ୍ ଆରାଧନା ବେହେରୁକ, ଟେଲି ମେଡ଼ିସିନ ନିବେଦିତା ସାହୁ , ଏମ ଆଇ ନିବାସ ଚନ୍ଦ୍ର ସାହୁ , ଭୌତିକ ଚିକିତ୍ସକ ସମ୍ବିତ ସ୍ୱରୂପ ପଣ୍ଡା , ପି ଏଣ୍ଡ ଓ ମନୋଜ କୁମାର ସେଠୀ , ପ୍ରୋଗ୍ରାମ ଆସିଷ୍ଟାଣ୍ଡ ଲକ୍ଷପତି ପୁଝାରୀ , କନିଷ୍ଠ ସହାୟକ ରବୀନ୍ଦ୍ର ବେହେରା , ଡାଟା ଏଣ୍ଟ୍ରି ଅପ୍ରେଟର ଆଶୁତୋଷ ପ୍ରଧାନ ପ୍ରମୁଖ ଶିବିରରେ ଉପସ୍ଥିତ ରହି ସେବା ପ୍ରଦାନ କରିଥିବା ବେଲେ ବ୍ଲକ କର୍ମଚାରୀ ସହ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ଏଡିଓ , ଜିଆରଏସ ମାନେ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ।