ଆଦି କର୍ମ ଯୋଗୀ’ ଅଭିଯାନର ୩ ଦିନିଆ ପ୍ରୟୋଗଶାଳା ଉଦଯାପିତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ଦ୍ବାରା ଆୟୋଜିତ ‘ଆଦି କର୍ମ ଯୋଗୀ’ ଅଭିଯାନ ଆନୁକୂଲ୍ୟରେ ୩ ଦିନିଆ ପ୍ରୟୋଗଶାଳା ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଉପସ୍ଥିତ ରହି ଆଗାମୀ ଦିନରେ କିଭଳି ଭାବେ ଆଦିବାସୀ ବହୁଳ ଗ୍ରାମ ଗୁଡିକର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରତ୍ୟେକ ପରିବାର ମାନଙ୍କୁ ବିଭିନ୍ନ ବିଭାଗରୁ ଆସୁଥିବା ସୁବିଧା ସୁଯୋଗ ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ଜିଲ୍ଲା ଏବଂ ବ୍ଲକସ୍ତରରୁ ଏହି ପ୍ରୟୋଗଶାଳାରେ ଯୋଗ ଦେଇଥିବା ଅଧିକାରୀ, କର୍ମଚାରୀଙ୍କୁ ବୁଝାଇଥିଲେ । ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର ପ୍ରଶିକ୍ଷିତ ହେଇଥିବା ଅଧିକାରୀଙ୍କୁ କିଭଳି ତୃଣମୂଳ ସ୍ତରରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ମାନସୀକ ସ୍ତରରେ ପ୍ରସ୍ତୁତ କରିବେ ସେନେଇ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଥୁଆମଭଳ ରାମପୁର ବି.ଡି.ଓ ଧ୍ରୁବ ଚରଣ ମୁଦୁଲିଙ୍କ ସମେତ ବହୁ ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ନେଇଥିବା ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଲାଞ୍ଜିଗଡ ବିଇଓ ରୁଷିଆ ମେହେର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିବା ସହିତ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *