ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ଲଘୁଚାପ ବର୍ଷା ଫଳରେ ବେହାଲ ହୋଇଛି ଜନ ଜୀବନ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ବଙ୍ଗଳାଗୁଡାର ତଳସାହିରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଫଳରେ ଗ୍ରାମର କମୁଲୁ ଗୌଡ଼ (୪୫) ଗୌଡ଼ଙ୍କ ଘର ଉପରେ ତେନ୍ତୁଳିଗଛ ଉପାଡି ହୋଇ ଘର ଉପରେ ଲଦି ହୋଇ ଯିବା ଫଳରେ ଘର ଭାଙ୍ଗି ଚୁର ମାର ହେବା ସହ ତାଙ୍କର ଧର୍ମ ପତ୍ନୀ ସୁନାଦି ଗୌଡ଼ (୪୨) ଗୁରୁତର ଆହତ ହୋଇ ତେନ୍ତୁଳୀଖୁଣ୍ଟି ଡାକ୍ତର ଖାନାରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଛାତି ରେ ଏବଂ ମୁଣ୍ଡରେ ବହୁ ମାତ୍ରାରେ ଆଘାତ ହୋଇ ଥିବାରୁ ସେଠାରେ ଏକ୍ସ ରିୟା ମେସିନ ନଥିବା କାରଣରୁ ନବରଙ୍ଗପୁର ପରୀକ୍ଷା ପାଇଁ ପରିବାର ବର୍ଗଙ୍କୁ କହିଥିଲେ। ବିଳମ୍ବିତ ରାତିରେ ଏକୁଟିଆ ସୋଇ ଥିବା ସମୟରେ ଗଛ ଭାଙ୍ଗିଯାଇ ଘର ଉପରେ ପଡି ଯାଇଥିଲା। ତୁରନ୍ତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ପରିବାର ଲୋକେ ତେନ୍ତୁଳୀଖୁଣ୍ଟି ଡାକ୍ତରଖାନା ଆଣି ବୁଧବାର ରାତ୍ର ମୟରେ ସୁନାଦି ଗୌଡ଼ଙ୍କୁ ଭର୍ତି କରିଥିଲେ।



