ମାଁ’ ଘାଟିମୁଣ୍ଡିଆଣିଙ୍କ ବାର୍ଷିକ ଦଶରା ପାଳିତ 

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅଧିନସ୍ଥ ଡାହିମାଲ ଗ୍ରାମ କଳାହାଣ୍ଡି ସୀମାନ୍ତରେ ରହିଥିବା ମାଁ’ ଘାଟିମୁଣ୍ଡିଆଣିଙ୍କ ବାର୍ଷିକ ଦଶରା ପାଳିତ ହୋଇଯାଇଛି। ପ୍ରତିବର୍ଷ ମାଁ’ ଘାଟିମୁଣ୍ଡିଆଣିଙ୍କ ବାର୍ଷିକ ଦଶରା ପୂଜା ବିଜୟା ଦଶମୀ ତିଥିରେ ପାଳିତ ହୋଇଥାଏ। ବାହାରକର୍ମରି ଗୋନ୍ତିଆଙ୍କ ଘରୁ ମାଁଙ୍କ ଲାଠି କାଳିଶୀ ବାହାରି ଦାହିମାଲର ଶେଷମୁଣ୍ଡରେ ଦେବୀ ଘାଟିମୁଣ୍ଡିଆଣିଙ୍କ ଆସ୍ଥାନରେ ପହଞ୍ଚିଲା ପରେ ଦେବୀଙ୍କ ରୀତିନୀତି ଅନୁସାରେ ଦଶରା ପୂଜା ହୋଇଥାଏ। ଏହି ଦଶରା ପୂଜାରେ ଶତାଧିକ ମାନସିକଧାରୀ ମାଁ’ଙ୍କ ନିକଟରେ ଶୁକ୍ଳଭୋଗ ସହ ପାରା କୁହୁଡ଼ା, ବୋଡା ବଳି ଦେଇ ନିଜର ମାନସିକ ପୂରଣ କରିଥାନ୍ତି। ମାଁ’ ଘାଟିମୁଣ୍ଡିଆଣି ଦେବୀଙ୍କ ଉପରେ ଅଞ୍ଚଳର ଲୋକେ ଅଗାଢ ବିଶ୍ୱାସ ରହିଥିବେଳେ ସେହି ରାସ୍ତାଦେଇ ଯାଉଥିଲେ ମାଁଙ୍କୁ ମୁଣ୍ଡିଆଟେ ମାରି ସେହି ଜଙ୍ଗଲିଆ ରାସ୍ତାରେ ଗଲେ ପଥିକମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଏହି ଦଶରା ପୂଜାରେ ଅନେକ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ନିଜର ମାନସିକ ପୂରଣ କରିବା ସହ ମାଁ’ଙ୍କୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଦଶରାରେ ମାଁ’ଙ୍କ ପୂଜାରୀ ରୁଦ୍ରଦେବ ଭୁଞ୍ଜିଆ ଦେବୀଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।