କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ କୂଳରେ ଦମକଳବାହିନୀ କୁ ନିୟୋଜିତ କରିବାକୁ ଦାବୀ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଦିନକ ପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ହିନ୍ଦୁ ଧର୍ମର ବାର ମାସରେ ତେର ପର୍ବ ମଧ୍ୟରୁ ଗୋଟିଏ ପରମ୍ପରା ଅନୁଯାୟୀ ବଡି ଭୋର ରୁ ଉଠି ନଦୀ କିମ୍ବା ବନ୍ଧ ରେ ବୋଇତ ଭସାଇବା ପର୍ବ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ପ୍ରାୟ ୯୦ ପ୍ରତିଶତ ଲୋକ ବୋଇତ ବନ୍ଦାଣ ପାଇଁ ସ୍ଥାନୀୟ ତେଲ ନଦୀ କୂଳରେ ଉପସ୍ଥିତ ହୋଇ ଥାଆନ୍ତି।ଦିନକ ପାଇଁ ନଦୀ କୂଳରେ ହୋଇଥାଏ ଜନଗହଳି। ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତେଲ ନଦୀରେ ପାଣି ଅଧିକ ପ୍ରଭାହିତ ହେଉଛି ଅନ୍ୟ ବର୍ଷ ତୁଳନାରେ।ସେଥି ପାଇଁ କୌଣସି ଅଘଟଣ କୁ ରୋକିବା ପାଇଁ ଉକ୍ତ ପୂର୍ଣ୍ଣିମା ଦିନ ଦୁଇ ତିନି ଘଣ୍ଟା ପାଇଁ ସ୍ଥାନୀୟ ଦମକଳ ବାହିନୀ କୁ ନଦୀ କୂଳରେ ନିୟୋଜିତ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।