ଜାତୀୟ ରାଜପଥ ୨୬ର ଶଗଡା ନଦୀ ପୋଲ ନିକଟରେ ଦୁର୍ଘଟଣା  : ଜଣେ ଗୁରୁତର

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ  : ଆଜି  ସକାଳେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ଭବାନୀପାଟଣା-ଜୁନାଗଡ଼ ମଧ୍ୟରେ ଥିବା ଶଗଡା ନଦୀ ପୋଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମାରୁତି ଓ୍ବାଗନର କାର ଯୋଗେ ଆନ୍ଧ୍ରପ୍ରଦେଶ ଅଞ୍ଚଳର ଦୁଇ ଯୁବକ ନବରଙ୍ଗପୁର ଠାରୁ ଭବାନୀପାଟଣା ପଟକୁ ଯାଉଥିବା ବେଳେ ଶଗଡା ନଦୀ ନିକଟରେ କୌଣସି କାରଣରୁ ଚାଳକ କାରରୁ ନିୟନ୍ତ୍ରଣ ହରାଇଥିଲେ। କାରଟି ରାସ୍ତା କଡର ପ୍ରାୟ ୨୫ ଫୁଟ ତଳକୁ ଖସି ପଡି ଓଲଟି ପଡିଛି। ଫଳରେ ଚାଳକ ଜଣକ ଗୁରୁତର ହେଇଥିବାବେଳେ ସାଥିରେ ଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହେଇଛନ୍ତି।