କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ୍ (ମଧୁସୂଦନ ଠାକୁର) : କେସିଙ୍ଗା ପି.ଏମ୍.ଶ୍ରୀ. ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି। ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେସିଙ୍ଗା ମହାବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ପ୍ରାଧ୍ୟାପିକା ନଳିନୀ ପ୍ରଭା ଷଡ଼ଙ୍ଗୀ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅନୁସନ୍ଧାନ, ଗବେଷଣା, ସୃଜନଶୀଳତା ତଥା ବୈଜ୍ଞାନିକ ସିଦ୍ଧାନ୍ତ ରେ ପହଞ୍ଚିବାକୁ ନିରନ୍ତର ପ୍ରଚେଷ୍ଟା କରିବାକୁ ନିଜ ଅଭିଭାଷଣରେ ଆହ୍ବାନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ପତ୍ତି ଛୁରା ଦୃଢ ସଂକଳ୍ପ ଓ ନିଷ୍ଠାପର ସାଧନା ହିଁ ବିଜ୍ଞାନ ଜୟଯାତ୍ରା କଷଟି ପଥର ବୋଲି ନିଜ ବକ୍ତବ୍ୟରେ ମତପୋଷଣ କରିଥିଲେ। ଭାରତ ସରକାରଙ୍କ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଏହି ବିଜ୍ଞାନ ମେଳାରେ କେସିଙ୍ଗା ଏନ୍.ଏ.ସି. କ୍ଲଷ୍ଟରର ସମୁଦାୟ ୯ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜସ୍ୱ ପ୍ରସ୍ତୁତ ମୋଡେଲ୍ ପ୍ରଦର୍ଶନ କରିଥିଲେ। ବିଚାରକ ରୂପେ ବିକ୍ରମଦେବ ସାହୁ, ତରୁଣକାନ୍ତି ମିଶ୍ର ଓ ସୁଶ୍ରୀ ସ୍ମିତା ପ୍ରଧାନ ପ୍ରଦର୍ଶିତ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ। ସି.ଆର୍.ସି.ସି. ଚନ୍ଦ୍ରଧ୍ବଜ ନାଗଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସଙ୍ଗୀତ ବାରିକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ଶିକ୍ଷକ ଜି.କ୍ରିଷ୍ଣା ରେଡ୍ଡୀ ସଂଯୋଜନା କରିଥିଲେ ।
