କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ୍ (ମଧୁସୂଦନ ଠାକୁର) : ସରକାରୀ ଉଚ୍ଚ ବିଦ୍ୟାଳୟ ଚାଞ୍ଚେରଠାରେ ୩୦ ତମ ଉତ୍କେଲା କ୍ଲଷ୍ଟର ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ ପଧାନ ସଭାପତିତ୍ବ କରିଥିବାବେଳେ ଉତକେଲା କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ଭିଷ୍ମରଥି ସାହୁ ଆବାହକ ଭାବରେ କାର୍ଯ୍ୟ ତୁଲାଇ ଥିଲେ । ମୁଖ୍ୟ ଅତିଥି ତଥା ବିଚାରକ ଭାବେ ଲଇତରା କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ କୁମାର ଦାଶ ଓ ଜୁଜୁରାଙ୍ଗ କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ପ୍ରମୋଦ ମେହେର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୪ ଘଣ୍ଟା ରେ ଶେଷ ହୋଇଥିଲା। କନିଷ୍ଟ ବିଭାଗ ରୁ ୧୧ ଟି ବରିଷ୍ଠ ବିଭାଗ ରୁ ୬ ଟି ପ୍ରକଳ୍ପ ର ପ୍ରଦର୍ଶନ କରାଯାଇଥିଲା । ବିଚାରକ ମାନେ ସମସ୍ତଙ୍କ ପ୍ରକଳ୍ପ କୁ ବିଚାର କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନୀ ସମାରୋହରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ଅତିଥି ନିଜ ନିଜ ଅଭିମତ ପ୍ରକାଶ କରି କିପରି ଆଗକୁ ବିଜ୍ଞାନ କୁ ଭଲ କାମରେ ବ୍ୟବହାର କରି ଏହାର ପ୍ରଚାର ପ୍ରସାର କରିହେବ ତାହା ଉପଦେଶ ଦେଇଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସହ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କେଲା କ୍ଲଷ୍ଟର ର ପ୍ରାୟ ୨୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ୩୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଉତ୍କେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।
