ବିକାଶରୁ ବହୁ ଦୂରରେ ‘ରାଇଲିମା’ ଜଳପ୍ରପାତ

ରାୟଗଡା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ୍ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତ ରାଇଲିମା ନିୟମଗିରି ପାହାଡରୁ ବାହାରୁଥିବା ଜଳପ୍ରପାତ ଉପରେ ସରକାରଙ୍କ ନଜର ପଡୁ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ରାଇଲିମା ଜଳପ୍ରପାତଟି ସୌନ୍ଦର୍ଯ୍ୟ ପାହାଡଘେରା ସାଙ୍ଗକୁ ଘଞ୍ଚ ଅରଣ୍ୟ ଜଙ୍ଗଲ ପାହାଡ ମଝିରୁ ବାହାରୁଛି। ଦେଖିବାକୁ ଏଠାକୁ ବର୍ଷତମାମ୍  ପର୍ଯ୍ୟଟକ ମାନେ ଆସି ଭୋଜି ଭାତ କରି ଖାଇ ବୁଲି ଯାଆନ୍ତି। ଯିଏ ନଦେଖିଛି ସେ ହୃଦୟଙ୍ଗମ କରିପାରିବ ନାହିଁ। ମନୋରମ ଜଙ୍ଗଲ, ଗଛ ଲତା ସାଙ୍ଗକୁ ଦୂର ପାହାଡରୁ କୁଳୁକୁଳୁ ହୋଇ ବହି ଆସୁଥିବା ସୁଦୃଶ୍ୟ ଝରଣାଟି ରାଇଲିମା ଜଳପ୍ରପାତ ଭାବେ ପରିଚିତ। ଏହି ଜଳପ୍ରପାତ ପାଖରୁ ଠିଆ ହୋଇ ଏହାର ଦୃଶ୍ୟ ଦେଖିଲେ ସୌନ୍ଦର୍ଯ୍ୟ ଯେମିତିକି କାଶ୍ମୀର ଠାରୁ କମ୍‌‌ ହେବ ନାହିଁ। ଏହି ସ୍ଥାନକୁ ଯେ କେହି ଥରେ ଆସିଛି ଏହାର ସୌନ୍ଦର୍ଯ୍ୟର ମାୟା ଜାଲରେ ଛନ୍ଦି ହୋଇଯାଇଛି। ସେ ନିଶ୍ଚୟ ପୁନର୍ବାର ଏଠାକୁ ଆସିବାକୁ ବ୍ୟାକୁଳିତ ହୋଇଥାଏ। ଯଦି ଏହି ରାଇଲିମା ଜଳପ୍ରପାତର ରାସ୍ତାଘାଟ, ସାଙ୍ଗକୁ ମୋବାଇଲ୍‌‌ ସେବା ବ୍ୟବସ୍ଥା, ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଭଳି ଭିତ୍ତିଭୂମିର ବିକାଶ କରାଯାଇ ପାରିଲେ ଏଠାରେ ରାଜ୍ୟ ଓ ଦେଶ ବାହାର ପର୍ଯ୍ୟଟକମାନଙ୍କ ଲମ୍ବା ଧାଡି ଲାଗିପାରନ୍ତା । ଏହାକୁ ନୂତନ ସରକାର ଦୁଷ୍ଟି ଦେଇ ପଦକ୍ଷେପ ନେଲେ ଏହା ନିଶ୍ଚିତ ଭାବେ ରାଜ୍ୟ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିପାରନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।