ଏକ୍ଟାଗୁଡା ଠାରେ ମାଁ ମାଉଳି ଦେବୀଙ୍କ ବାର୍ଷିକ ଯାତ୍ରା

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଏକ୍ଟାଗୁଡା ଠାରେ ମାଁ ମାଉଳି ଦେବୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ରୀତିନୀତି ଅନୁଯାୟୀ ପୂଜକ ଗୋକୁଳ ପୂଝାରୀ ଦ୍ୱାରା ପୂଜାର୍ଚ୍ଚନା ହୋଇଛି।ଏଥିରେ ଅଞ୍ଚଳର ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ବାର୍ଷିକ ଉତ୍ସବ ସଭାପତି ଭାସ୍କର ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଲୋମ୍ବୁଧର ସାହୁ, ସମୀକ୍ଷକ ପବିତ୍ର ମୋହନ ମାଝୀ, କୃତିବାସ ନାଏକ, ଯୁଗେ ମାଝୀ, ସଦା ମାଝୀ, ଧନୀ ମାଝୀ, ଅର୍ଜ୍ଜୁନ ରାଉତ, ହେମନ୍ତ ଦିସାରୀ ସହ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।