ତାଳୁକ ଆଇନ ସେବା ସମତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କୋକସରା ବ୍ଲକ ସଦର ମହକୁମା ସ୍ଥିତ ପଞ୍ଚାୟତ ସମତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ରବିବାର ତାଳୁକ ଆଇନ ସେବା ସମତି ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ଲିପ୍ସା ରାଉତଙ୍କ ଅଧ୍ୟକ୍ଷତାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ସପ୍ତମ ରୁ ଦଶମ ଶ୍ରେଣୀର ଅଧ୍ୟାୟନରତ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ତାଳୁକ ଆଇନ ସେବାସମିତିର କର୍ମଚାରୀ ଦୀପକ ଟେଟେ, କେଶବ ଚନ୍ଦ୍ର ରାଉତ, ଅଭିଷେକ ଦାଶ, ହିମାଂଶୁ ଶେଖର ଭୋଇ, ପୁଷ୍ପାଞ୍ଜଳି ମୁଦୁଲି, ଶମ୍ଭୁଶ୍ୱର ନାଏକ, ବେଣୁଧର ନେଗୀ ସମେତ ଆଇନଜୀବୀ ମାନେ ଉପସ୍ଥିତ ଥିଲେ। କୋକସରା ଓ ଆମପାଣି ଥାନା ପୋଲିସ ସମେତ ପଞ୍ଚାୟତ ସମିତି ମହାବିଦ୍ୟାଳୟର କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।