ଶାଳ କାଠ ବୋଝେଇ ୪୦୭ ଗାଡ଼ି ଜବତ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡିବନ୍ଧ ବନାଞ୍ଚଳର କୁର୍ତୁମଗଡ଼ ସେକ୍ସନର କରକୁଡୁପା ପାଞ୍ଚାୟତ ଜାକିଙ୍ଗିଆ ଜଙ୍ଗଲରେ ଶାଳ କାଠ ବୋଝେଇ ଏକ ୪୦୭ ଡାଲାଗାଡ଼ି କୁ ଆଜି ଜବତ କରିବାରେ ସଫଳ ହୋଇଛି ତୁମୁଡିବନ୍ଧ ବନ ବିଭାଗ। ସୂଚନା ଅନୁସାରେ ଶୁକ୍ରବାର ରାତିରେ ଗାଡ଼ି ନଂ ଓ଼ଆର ୦୨ବିଜେ ୬୮୦୭ ଏକ ୪୦୭ଡାଲା ଗାଡି ରେ ୭୫ଖଣ୍ତ ଶାଳ କାଠ ର ସାଇଜ କୁର୍ତୁମ ଗଡ଼ ଜକିଙ୍ଗିଆ ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା କୌଣସି ପ୍ରକାରେ ତୁମୁଡିବନ୍ଧ ବାନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା ଖବର ପାଇ ସଦଳବଳ ବାଟରେ ଜଗି ରହିଥିଲେ। ଗାଡ଼ି ଡ୍ରାଇଭର ଓ କାଠ ମାଫିଆ କୌଣସି ପ୍ରକାରେ ଖବର ପାଇ ଶାଳ କାଠ ବୋଝେଇ ହୋଇଥିବା ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ବନ ବିଭାଗର ଅଧିକାରୀ ମାନେ ସେହି ଗାଡ଼ିଟିକୁ ତଦନ୍ତ କରି ଦେଖିଲା ବେଳେ ଭିତରେ ୭୫ଖଣ୍ତ ଶାଳ କାଠ ସାଇଜ ରଖି ସାଇଜ ଉପରେ ଏକାଧିକ ଧାନ କୁଣ୍ଡା ବସ୍ତା ବିଝେଇହୋଇ ଚୋରା ଚାଲାଣ ହେଉଥିଲା। ତେବେ ଉକ୍ତ  ଗାଡିଟିକୁ ଜବତ କରି ତୁମୁଡିବନ୍ଧ ବାନାଞ୍ଚଳ କାର୍ଯ୍ୟାଳୟ କୁ ଆଣିଥିଲେ। ଜବତ ହୋଇଥିବା ଶାଳ କାଠ ସାଇଜ ର ମୂଲ୍ୟ ଆନୁମାନିକ ୩ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ଏହି ଗାଡିକୁ ଜବତ କରିବାପାଇଁ ସ୍ୱତନ୍ତ୍ର ଏକ ଦଳ ଗଠନ କରି ଅଭିଯାନ ଆରମ୍ଭ ହୋଇଥିଲା ଏହି ଦଳରେ ବନପାଳ ଟିଙ୍କୁ ବେହେରା, ବନରଖି ସୌଦାମିନୀ ସାମଲ, ଶଶୀଳ କୁମାର ପ୍ରଧାନ, ରଜନୀକାନ୍ତ ଛୋଟରାୟ ଏବଂ ଫରେଷ୍ଟ ପ୍ରଟେକ୍ସନ ଦଳ ସମିଥିଲେ। ତେବେ ଗାଡିଟିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ତୁମୁଡିବନ୍ଧ ବାନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା ସୂଚନା ଦେଇଛନ୍ତି।