ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଜୟପାଟଣା ବ୍ଳକ ରଣମାଲ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ମହାସମାରୋହରେ ପାଳିତ ହୋଇଯାଇଛି। ଭୋରରୁ ନଗର ସଙ୍କୀର୍ତ୍ତନ ହୋଇଥିଲା। ପରେ ଷୋଡ଼ଶ ଉପଚାର ପୂଜା, ଅନ୍ନ ପ୍ରସାଦ, ନାରାୟଣ ସେବା, ସ୍ୱାସ୍ଥ୍ୟ ପରୀକ୍ଷା, ଶୀତବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାବାଙ୍କ ପ୍ରତିମୂର୍ତ୍ତି କୁ ଏକ ସୁସଜ୍ଜିତ ରଥରେ ବସାଇ ନଗର ପରିକ୍ରମା ସମୟରେ ଶତାଧିକ ଶ୍ରଦ୍ଧାଳୁ ସାମିଲହୋଇ ଥିବାବେଳେ ବିଭିନ୍ନ ସ୍ଥାନରେ ରଥକୁ ଭବ୍ୟ ସ୍ବାଗତ କରାଯାଇ ଥିଲା। ମଧ୍ୟାହ୍ନ ସମୟରେ ସମସ୍ତ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟା ଆଳତି ଓ ଭଜନ ହୋଇଥିଲା ସକାଳେ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ବାବାଙ୍କ ବାଣୀ ଓ ମାନବ ଜୀବନ ରେ ତାହାର ପ୍ରୟୋଗ ସମ୍ପର୍କରେ ପ୍ରବଚନ ରଖିଥିଲେ। ଏଥିରେ ସତ୍ୟସାଇ ଭଜନ ମଣ୍ଡଲୀ ପକ୍ଷରୁ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା।
