ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : ଭଣଜାର ଠେଙ୍ଗା ମାଡରେ ମାମୁର ମୃତ୍ୟୁ, ଘଟଣା ଘଟିଛି କ ନୂଆଗାଁ ଥାନା ଯୁଗାପଦର ଗ୍ରାମରେ। ସୂଚନା ଥାଉକି ରବିବାର ରାତି କଞ୍ଜାମେଣ୍ଡି ଗ୍ରାମର ଅଲେଖ ନାୟକ ଯୁଗା ପଦରସାହିରେ ରହୁଥିବା ସମ୍ପର୍କୀୟ ଭଣଜାର ଅକାଳ ମୃତ୍ୟୁ ଖବର ଶୁଣି ସେଠାରେ ପହଞ୍ଚିଥିଲେ । ରାତି ସମୟରେ ସମ୍ପର୍କୀୟ ଭଣଜା ମିଥୁନ ମଲିକ ସହ ଯୁକ୍ତି ତର୍କ ହେବା ପରେ ବୃଦ୍ଧା ଅଲେଖ ନାୟକ କୁ ଭଣଜା ମିଥୁନ ମଲିକ ନିଶାସକ୍ତ ଅବସ୍ଥାରେ ବାଡ଼ିରେ ପିଟି ପିଟି ଅଲେଖ ନାୟକ ଙ୍କୁ ହତ୍ୟା କରିଦେଇଛି। ହତ୍ୟା କରିବା ପରେ ଅଭିଯୁକ୍ତ ଜଣଙ୍କ କ ନୂଆଗାଁ ଥାନାରେ ଆତ୍ମ ସମର୍ପଣ କରିଛି। ବାଲିଗୁଡ଼ା ଏସଡିପିଓ ଘଟଣାର ତଦନ୍ତ ଚଳାଇ ଛନ୍ତି। ଏନେଇ ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।
