ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବଲାଗାଁ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ରବିବାର ପ୍ରଭାତରୁ ଗ୍ରାମରେ ନଗର ସଙ୍କୀର୍ତ୍ତନ ପରିକ୍ରମା କରାଯାଇଥିଲା। ପରେ ଷୋଡ଼ଶ ଉପଚାର ପୂଜା, ଅନ୍ନ ପ୍ରସାଦ, ନାରାୟଣ ସେବା, ସ୍ୱାସ୍ଥ୍ୟ ପରୀକ୍ଷା, ଶୀତବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ବାବାଙ୍କ ପ୍ରତିମୂର୍ତ୍ତିକୁ ଏକ ସୁସଜ୍ଜିତ ରଥରେ ବସାଇ ନଗର ପରିକ୍ରମା ସମୟରେ ଶତାଧିକ ଶ୍ରଦ୍ଧାଳୁ ସାମିଲହୋଇ ଥିବାବେଳେ ବିଭିନ୍ନ ସ୍ଥାନରେ ରଥକୁ ଭବ୍ୟ ସ୍ବାଗତ କରାଯାଇ ଥିଲା। ମଧ୍ୟାହ୍ନ ସମୟରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଥିବାବେଳେ ଆଳତି ଓ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା, କାର୍ଯ୍ୟକ୍ରମରେ ସତ୍ୟସାଇ ଭଜନ ମଣ୍ଡଲୀ ପକ୍ଷରୁ ସମସ୍ତ କାର୍ଯ୍ୟ କର୍ତ୍ତା ସହ ଗ୍ରାମବାସୀଙ୍କ ସହଯୋଗରେ ସମ୍ପାଦନ ହୋଇଥିଲା।