ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୁଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ବଲାଙ୍ଗୀର ଛକ ଆଗରେ ଥିବା ଭାରତ ପେଟ୍ରୋଲିୟମ ପେଟ୍ରୋଲ ପମ୍ପ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ହେଇଛି ।  ରାତି ପ୍ରାୟ ୨ ଟା ବେଳେ ଏକ ତେଲେଙ୍ଗାନା ରାଜ୍ୟ ନମ୍ବର ଥିବା ୧୬ ଚକିଆ ଟ୍ରକ ସିମେଣ୍ଟ ବୋଝେଇ କରି ବଲାଙ୍ଗୀର ପଟକୁ ଯାଉଥିବାବେଳେ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ଖାଲି ଟ୍ରକ କୁ ପ୍ରଥମେ ଧକ୍କା ଦେଇ ପାଖରେ ଥିବା ପମ୍ପ ଭିତରକୁ ପଶିଯାଇଥିଲା। କାହାର କିଛି ଜୀବନ ହାନି ଘଟି ନଥିଲେ ମଧ୍ୟ ରାତି ସମୟ ହୋଇଥିବାରୁ ଅନେକ ଧନ ଜୀବନ ସୁରକ୍ଷିତ ରହିଲା, ନ ହେଲେ ଅନେକ କ୍ଷୟ କ୍ଷତି ହୋଇଥାନ୍ତା ଏଥିରେ କିଛି ସନ୍ଧେହ ନାହିଁ। ପୋଲିସ କହିବା ଅନୁସାରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଭିତରେ ବାପା ଓ ତାର ପୁଅ ଦୁଇ ଜଣ ଥିଲେ ଗାଡ଼ି କିଏ ଚଳାଉଥିଲା ତଦନ୍ତ ଚାଲିଛି । ବାପ ପୁଅ ଦୁହେଁ ସୁରକ୍ଷିତ ଅଛନ୍ତି।ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।