କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ବ୍ଳକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶକ୍ତି ସଂରକ୍ଷଣ ବିଷୟବସ୍ତୁ ଉପରେ ଲିଖିତ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଏଥିରେ ଜବାହର ଉଚ୍ଚ ବିଦ୍ୟାଳୟ ତପସ୍ଵିନୀ ବଛା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବଙ୍ଗୋମୁଣ୍ଡା, ଆଶୁତୋଷ ସିଙ୍ଗଲ ଓ ଖୁଣ୍ଟିଆ ସ୍କୁଲର ତୁଷାର ଗହିର ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ୨୦ ଜଣ ପ୍ରତିଯୋଗୀ ବିଜେତା ହୋଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଭାଗନେବା ନେଇ ସୂଚନା ରହିଛି।
