ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅଧିନସ୍ଥ ଡୋକରିକୋଟ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ଥିବା ସହକାରୀ ଶିକ୍ଷକ ହନୁମନ୍ତ ଗୌଡ଼(୫୪)ଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଚଚା ପଞ୍ଚାୟତ ଦାବିରିମୁଣ୍ଡା ଗ୍ରାମର ହନୁମନ୍ତ ଗୌଡ଼ ସ୍କୁଲକୁ ଯାଇ ଛୁଟି ପରେ ନିଜ ଘରକୁ ଫେରିବା ବେଳେ ଭେଜିଗୁଡ଼ା ଛକ ପାଖରେ ଥିବା କଲଭର୍ଟ ନିକଟରେ ବାଇକରେ ଭାରସାମ୍ୟ ହରାଇ ୧୫ପୁଟ ତଳକୁ ଖସିପଡ଼ିଥିଲେ। ଫଳରେ ହନୁମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ତାଙ୍କ ପରିବାରକୁ ଖବର ଦେବା ପରେ ଘଟଣାସ୍ଥଳରେ ପରିବାର ଲୋକେ ହନୁମନ୍ତଙ୍କୁ ଝରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାରଙ୍କୁ ଆଜି ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯାଇଛି। ସକାଳେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା, ପୁଅ ଘନଶ୍ୟାମ ଗୌଡ଼ ଓ ପିଣ୍ଟୁ ଗୌଡ଼ ମୁଖାଗ୍ନି ଦେଇଥିଲେ । ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ହିରଣ୍ୟ ହରିଜନ, ଶିକ୍ଷା ବିଭାଗ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶରେ ଚକଲାପଦର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପଦ୍ମନାଭ ମଲ୍ଲିକ ଉପସ୍ଥିତ ହୋଇ ୧୦,୦୦୦/- ଟଙ୍କା ପ୍ରଦାନ କରିଥିଲେ। ଏବଂ ଶେଷକୃତ ସମ୍ପନ ସମୟରେ ଝରୀଗାଁ ବ୍ଲକ ଏକ୍ସ-କ୍ୟାଡର ଶିକ୍ଷକ ସଂଘର ସଭାପତି ମୁରୁଲି ଧର ନାୟକ, ଲଷ୍ମୀଧର ପନକା, ନବଘନ ଗୌଡ଼, ଭୀମସେନ ଗଣ୍ଡ, ଜୟ ପଟେଲ, ରଘୁନାଥ ଗଣ୍ଡ, ପିତାମ୍ବର ନିଆଲ, ଲଚ୍ଚମନ ହରିଜନ, ଗୁଦୁରୁ ଭତରା,ବୃହସ୍ପତି ଗୌଡ଼, ପର୍ଶୁ ଭତରା,ଲଛିମ ଧର ମାଝୀ , ତୋଫାନ ମାଝୀ,ସମେତ ଅଞ୍ଚଳର ଶତାଧିକ ଲୋକ ଏବଂ ଗ୍ରାମବାସୀ ସାମିଲ ହୋଇଥିଲେ।

