ବାମନଘାଟି ଫୁଟବଲ ଆସୋସିଏସନ ପକ୍ଷରୁ ଦିନିକିଆ ଫୁଟବଲ ଟୁର୍ନାମେଣ୍ଟ ଶୁଭାରମ୍ଭ

ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆଜି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଚେରୀ ଷ୍ଟାଡିୟମଠାରେ ବାମନଘାଟୀ ଫୁଟବଲ ଆସୋସିଏସନ ପକ୍ଷରୁ ଦିନିକିଆ ଫୁଟବଲ ଟୁର୍ନାମେଣ୍ଟ ଶୁଭାରମ୍ଭ ହୋଇଯାଇଛି। ଏହି ଫୁଟବଲ ଟୁର୍ନାମେଣ୍ଟରେ ବାମନଘାଟି ଅଞ୍ଚଳରୁ ମୋଟ ୧୪ଟି ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି। ତେବେ ବିଜେତା ଓ ପ୍ରତିଦନ୍ଦି ଦୁଇ ଦଳକୁ ବାରିପଦାଠାରେ ଅନୁଷ୍ଠିତ ଟୁର୍ଣ୍ରେଣାମେଣ୍ଟରେ  ଖେଳିବାର ସୁଯୋଗ ପାଇବେ ବୋଲି କହିଛନ୍ତି। ଆସୋସିଏସନ ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତ। ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରୁଥିଲେ ସୁନ୍ଦର ମୋହନ ଟୁଡୁ, ଦୂସ୍ମନ୍ତ ବସା, ଦିଲ୍ଲୀପ ମହାନ୍ତୀ, ମନମୋହନ ପରମାଣିକ, ସାଇବା ମାଝୀ, ଆଇଁଠୁ ମାଝୀ ଓ କମିଟିର ସକ୍ରୀୟ ସଦସ୍ଯ ମାନେ ପରିଚାଳନା କରିଥିଲେ।