ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ କଲ୍ୟାଣ ମଣ୍ଡପଠାରେ ଏକ ଦିନିକିଆ ଜନଜାତି ଭୂମିଜ ସମ୍ପ୍ରଦାୟର ବେକାରୀ ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ପାଇଁ ଅଣ୍ଟାଭିଡିଛନ୍ତି ଶିକ୍ଷା ବିକାଶ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା। ପ୍ରଥମ ପର୍ଯ୍ଯାୟରେ ଓଡିଶାର ଦୁଇଟି ସ୍ଥାନରେ ଏହି ମାଗଣା ତାଲିମ ପ୍ରଦାନ କରାଯିବ। ପ୍ରାରମ୍ଭିକ ରେ ଭୂବନେଶ୍ବର ଓ ଦ୍ବିତୀୟରେ ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁର ଅଞ୍ଚଳରେ କରାଯିବା ନେଇ ସମସ୍ତ ଚୂଢାନ୍ତ ସରିଯାଇଛି। ଏହି ପରିପେକ୍ଷିରେ ବେକାରୀ ଆଦିବାସୀ ଯୁବକ ମାନଙ୍କୁ ତାଲି ପ୍ରଦାନ କରିବା ସହିତ ସେମାନେ ସମାଜର କିପରି ସାମାଜିକସ୍ତରରେ ସାମିଲ ହେବେ ସେଥିନେଇ ରାଇରଙ୍ଗପୁର କଲ୍ୟାଣ ମଣ୍ଡପଠାରେ ଦିନିକିଆ ଡିଜିଟାଲ ମାଧ୍ୟମ ତଥା ଅନଲାଇନ ଓ ଅଫ୍ ଲାଇନ ତାଲିମ ପ୍ରଦାନ ସମ୍ପର୍କିତ ଆଲୋଚନାଚକ୍ର କରାଯାଇଛି। ଉକ୍ତ ପ୍ରସିକ୍ଷଣ ତାଲିମ କେଦା ର ସଚେତନ କରାଇବା ପାଇଁ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଇଁ ବିଶେଶ୍ଵର ଟୁଡୁ, ସମ୍ମାନିତ ଅତିଥି ବାମନଘାଟି ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଶିକ୍ଷା ବିକାଶ ଟ୍ରଷ୍ଟୀ ର ମୁଖ୍ଯ ଟ୍ରଷ୍ଟୀ ହରପ୍ରସାଦ ସର୍ଦ୍ଦାର ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ରାମ ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ବକ୍ତା ଭାବରେ ଭୂମିଜ ସମାଜ ସମ୍ପ୍ରଦାୟର ସଭାପତି ଗୋଲାପ ସିଂ ସର୍ଦ୍ଦାର, ସାମାଜିକ ସାଂସ୍କୃତିକ ସମାଜସେବୀ ବିଜୁ ଗୋପାଲ ଗୋପ୍ , ଏବଂ ଚଳଚ୍ଚିତ୍ର ନିର୍ମତା ସ୍ବଭାଗ୍ଯ ଲକ୍ଷ୍ମୀ ଜେନା ପ୍ରମୁଖ ବିଭିନ୍ନ କ୍ଷେତ୍ର ରେ କିପରି ଦକ୍ଷତାର ତାଲିମ ପାଇଁ ନିଜକୁ ଆତ୍ମ ନିର୍ଭରଶୀଳ କରାଇ ପାରିବେ ସେ ନେଇ ଅଭିମତ ଓ ଅଭିଭାଷଣ ରଖିଥିଲେ। ତେବେ ଆଗାମୀ ଦିନରେ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରକାରର ଆତ୍ମ ନିର୍ଭରଶୀଳ ତାଲିମ ପ୍ରଦାନ କରି ରୋଜଗାର ଏକ ନିସ୍କାନ ବାହାରି ସରକାର ଙ୍କ ଯୋଜନା ର ହକଦାର ହେବେ ତାହାର ସୁଯୋଗ ନିଅନ୍ତୁ ବୋଲି କହିଥିଲେ । ଏବଂ ଆତ୍ମସନ୍ତୋଷ ଆତ୍ମନିର୍ଭରଶୀଳ କରାଇବା ପର୍ଯ୍ୟନ୍ତ ଏହି ଟ୍ରଷ୍ଟ ଛାଇ ପରି ସାହାଯ୍ଯ କରିବ ବୋଲି ମୁଖ୍ଯ ଟ୍ରଷ୍ଟୀ ଶ୍ରୀଯୁକ୍ତ ସର୍ଦ୍ଦାର କହିଥିଲେ।
