କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘ ତରଫରୁ ୧୦୦ ତମ ବୈଠକ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ସ୍ଥିତ ସାଇ କଲ୍ୟାଣ ମଣ୍ଡପଠାରେ ଇନ୍ଦ୍ରାବତୀ ଅଞ୍ଚଳର କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘ ଦଙ୍ଗରଭେଜା ପେଣ୍ଠ ତରଫରୁ ୧୦୦ତମ ବୈଠକ ସମ୍ମିଳନି ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମହାସଂଘ ସମେତ ଆଖପାଖ ଅଞ୍ଚଳର ବୈଷ୍ୟ ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ଉପସ୍ଥିତିରେ ଏହି ସଭା ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ର ବୈଶ୍ୟ ସମାଜର ଭାଇଚାରା, ଜନସେବା, ସହୋଜଗ ଏବଂ ଜାତି ର ଉନ୍ନତି ପାଇଁ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଅନେକ ଲୋକ ଦୂରଦୂରାନ୍ତ ରୁ ଯୋଗ ଦେଇଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ କଳିଙ୍ଗ ବୈଶ୍ୟ ସେବା ସଂଘ  ଡ଼ଙ୍ଗଗରଭେଜା  ର ସଭାପତି- ପି. ଦିଲୀପ କୁମାର, ଉପସଭାପତି – ଭି. ସନ୍ତୋଷ କୁମାର, ସମ୍ପାଦକ – ଏମ୍. ସୁଧାଂଶୁ, ସହସଂପଦକ – ଭି. ସତ୍ୟ ନାରାୟଣ ରାଜୁ, କୋଷାଧ୍ୟକ୍ଷ – ପି. ଶଙ୍କର ସେନାପତି ଙ୍କ ସହିତ ସଂଘର ସମସ୍ତ ସଭ୍ୟଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।