ଆମପାଣି ଏସବିଆଇର ନୂତନ କାର୍ଯ୍ୟାଳୟ କୋଠା ଉଦଘାଟଟିତ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ସିମାନ୍ତରେ ଥିବା କୋକସରା ବ୍ଲକ ଅମାପାଣି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ କୋଠା ଆଜି ଉଦଘାଟିତ ହୋଇଛି। ଏସବିଆଇ ଭୁବନେଶ୍ୱର ସର୍କଲ ସିଜିଏମ୍ ଏଡି. ରତନ ତେଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ(ଡିଜିଏମ) ଆଲୋକ କୁମାର ସିହ୍ନା, (ଆରଏମ) ଆର. ଗଙ୍ଗାଧର ପଟ୍ଟନାୟକ, ଆମପାଣି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ପ୍ରମୋଦ କୁମାର ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବ୍ୟାଙ୍କ ଶାଖା ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ମାନଙ୍କୁ ୧୦ ଗୋଟି ସାଇକେଲ ପ୍ରଦାନ କରାଯାଇଥିଲା। ଏବଂ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ରୁ ୨ ଜଣଙ୍କୁ ୨ଲକ୍ଷ ବୀମା ରାଶି ବଣ୍ଟନ, ଗୃହ ଋଣ, ଗାଡି ଋଣ, ପିଏମ୍ ବିଶ୍ୱକର୍ମା ଋଣ, ସୂର୍ଯ୍ୟଘର ଋଣ ଓ ବିଭିନ୍ନ ପ୍ରକାର ଋଣ ସବୁ ବ୍ୟାଙ୍କ ପକ୍ଷରୁ ବଣ୍ଟନ କରାଯାଇଥିଲା। ବ୍ୟାଙ୍କ କର୍ମଚାରୀ ହେମନ୍ତ କୁମାର ବେହେରା, ପ୍ରଫୁଲ୍ଲ ଜାନି, ଜିତେନ୍ଦ୍ର ବେହେରା,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମାଜସେବୀ ଜିତେନ୍ଦ୍ର ପଣ୍ଡା, ସଞ୍ଜୟ କୁମାର ପଣ୍ଡା ସମେତ ଅଞ୍ଚଳର ଶତାଧିକ ମହିଳା, ଯୁବଗୋଷ୍ଠୀ, କୃଷକ ଏବଂ ବହୁ ସଂଖ୍ୟାରେ ବ୍ୟାଙ୍କ ଗ୍ରାହକ ମାନେ ଉପସ୍ଥିତ ରହିଥିଲେ। ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅନେକ ଋଣ ରାଶିରୁ ଲୋକେ ଲଭାନିତ୍ଵ ହେଉଥିବା ପ୍ରକାଶ କରିଥିଲେ। ପ୍ରକାଶ ଯେ’ ବ୍ୟାଙ୍କ ପକ୍ଷରୁ ଅଞ୍ଚଳର ଆସୁଥିବା ଚାରିଟି ପଞ୍ଚାୟତ ଯଥା ଆମପାଣି, ବରାଡ଼ଙ୍ଗା, ବଡ଼ପୋଡ଼ାଗୁଡା, ଡୁଡୁକାଠେଙ୍ଗା ତଥା ଅଞ୍ଚଳର ୨୬ ଟି ଗ୍ରାମକୁ ବ୍ୟାଙ୍କ ତରଫରୁ ଅନବରତ ବ୍ୟାଙ୍କ ସେବା ଯୋଗେଇ ଦିଆଯାଉଥିବା ସୂଚନା ଦିଆ ଯାଉଛି।

Leave a Reply

Your email address will not be published. Required fields are marked *