ବିଜେଡି ର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ; ବିଜେପି ବିରୁଦ୍ଧରେ ବର୍ଷିଲେ ନେତା

ଜୟପାଟଣା/କ୍ରାନ୍ତିକ୍ଷେତ୍ର(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ବ୍ଳକ ମଙ୍ଗଳପୁର ଗ୍ରାମ ପଞ୍ଚାୟତ କନକପୁରଠାରେ ବିଜେଡି ତାର ୨୯ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି। ଏଥିରେ ଲାଞ୍ଜିଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବିଜେଡି ବ୍ଲକ ସଭାପତି ମିନିକେତନ ପୁଝାରି, ଚୁଡାମଣି ନାଏକ, ମନରଞ୍ଜନ ସିଂ, ମାଣିକ୍ୟଚନ୍ଦ୍ର ନାଏକ, କପିଳ ନାଏକ, ଦେବ ପୁଝାରୀ,ଆମ୍ବୁଜ ଧଙ୍ଗଡ଼ାମାଝୀ, ବିଗ୍ନରାଜ ପଣ୍ଡା, ମୁରଲୀଧର ଦଲାଇ, କ୍ଷୀରମଣି ହରିଜନ, ଅନିଲ ସାହୁ, ଭୀମସେନ ଦୁର୍ଗା ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ଜିଲ୍ଲାର ସବୁ ଅଞ୍ଚଳରେ ଅନେକ ବିଜେଡି ପ୍ରେମୀ ଓ ଜନସାଧାରଣ ଯୋଗ ଦେଇଥିଲେ। ଦୀର୍ଘ ୨୪ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାରର ଅଞ୍ଚଳରେ ଅନେକ ବିକାଶ ହୋଇଥିବାବେଳେ ବର୍ତ୍ତମାନ ବିଜେପି ସରକାର ବହୁ ଅଣଦେଖା ତଥା ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛି ବୋଲି ଅନେକ ବିଜେଡି ନେତା ବକ୍ତବ୍ୟ ରଖିଥିଲେ। ଶ୍ରୀଦିଶାରୀ ବର୍ତ୍ତମାନ ସରକାର ଚାଷୀଙ୍କୁ ହଇରାଣ କରୁଥିବାବେଳେ ରାଜ୍ୟରେ ନାରୀ ଅସୁରକ୍ଷିତ ସହ ଲୋକେ ସ୍ୱାସ୍ଥ୍ୟ ସେବା ରୁ ବଂଚିତ ହେଉଛନ୍ତି ବୋଲି କହିଥିଲେ। ଜନସାଧାରଣଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ନବୀନ ପଟ୍ଟନାୟକ ତଥା ବିଜେଡି ଦଳ ସହ ରହିବାକୁ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *