କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜେପି ନଗର ମଣ୍ଡଳ କମିଟି ପକ୍ଷରୁ ଆଜି ତହସିର ଡେମ୍ର ପ୍ରାକୃତିକ ପରିବେଶ ପରିସରରେ ଏକ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା କମିଟି ସଦସ୍ୟଙ୍କ ସମେତ ରାଜ୍ୟ କମିଟି ର ଅନେକ ସଦସ୍ୟ ଯୋଗଦେଇଥିଲେ। ଏହି ଅବସରରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ଜିଲ୍ଲା ସଭାପତି ଯୁଗଳ ପୋଢ଼, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ, ରାଜ୍ୟଉପ ସଭାପତି ଭବେନ୍ଦ୍ର ପଣ୍ଡା, ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆର୍ତ୍ତତ୍ରାଣ ମହାପାତ୍ର, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରମୋଦ ଜୈନ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡ଼ା, ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୂର, ସତ୍ୟବ୍ରତ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, କେସିଙ୍ଗା ନଗର ସମ୍ପାଦକ ପ୍ରିତେଶ ପଟେଲ, ସରିତା ସିନ୍ଦୂର,ଗୋବିନ୍ଦ ବନଛୋର, ରୋହିତ ଭୋଇ ପ୍ରମୁଖଙ୍କ ସମେତ ନଗର ବିଜେପିର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ପରିପେକ୍ଷିରେ କେସିଙ୍ଗା ନଗର ବିଜେପି କମିଟି ପକ୍ଷରୁ ଦଳର ସମସ୍ତ ପୂର୍ବତନ ସଭାପତି ମାନକୁ ମନେ ପକାଇ ସମସ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ କେସିଙ୍ଗା ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ବିଜେପି କର୍ମୀ ମାନେ।ମଞ୍ଚ ପରିଚାଳନା କରିଥିଲେ ବିଜେପି ନେତା ସନ୍ତୋଷ ଦାସ।

