ରାୟଗଡ଼ା ଯୁବ ଓକିଲ ଟି . ନାଗାରାଜୁ ସରକାରୀ ଓକିଲ ଭାବେ ନିଯୁକ୍ତ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ରାୟଗଡ଼ା ଜିଲ୍ଲା ଜର୍ଜସିପ ଅଧୀନରେ ବିଭିନ୍ନ କୋର୍ଟରେ ସରକାରୀ ଓକିଲ ଘୋଷଣା କରାଯାଇଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ପରେ ଦୀର୍ଘ ମାସ ପରେ ୩୧ଟି ପଦବୀ ଗୁଡ଼ିକ ଘୋଷଣା ହେଇଛି। ଯୁବ ଓକିଲ ଟି. ନାଗାରାଜୁ ଙ୍କୁ ପି.ଏମ.ଯେ.ଯେ.ବି କୋର୍ଟର ଆସିଷ୍ଟାଣ୍ଟ ପୋବ୍ଲିକ ପ୍ରୋଷିକ୍ୟୁଟର ଭାବରେ ନିଯୁକ୍ତି ପାଇଛନ୍ତି। ନିଯୁକ୍ତି ପାଇବା ପରେ ବିଭିନ୍ନ ମହଲରୁ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛା ଜଣେଇବା ଜଣେଇଛନ୍ତି। ଯୁବ ଓକିଲ ଟି. ନାଗାରାଜୁ ନିଯୁକ୍ତି ଦେଇଥିବାରୁ ଭାଜପା ସରକାର ଓ ମୁଖ୍ୟମନ୍ତ୍ରୀ କୁ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି।