ଅଜଣା ଗାଡ଼ି ଧକ୍କାରେ ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

କୋକସରା/କ୍ରାନ୍ତିକ୍ଷେତ୍ର : ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ କାଉଡୋଲା-ମହାଜନଗୁଡା ରାସ୍ତାରେ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ମେଡିକାଲ କର୍ମଚାରୀ ଜଣକ ଆମପାଣି ଗ୍ରାମର ସନ୍ତୋଷ ପଣ୍ଡା (ପପୁ, ବୟସ ୩୨)। ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଆମପାଣିରୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଡିଉଟି କରିବା ପାଇଁ ବାଇକ୍ ଯୋଗେ ଯାଉଥିବା ବାଟରେ କାଉଡୋଲା, ମହାଜନଗୁଡା ରାସ୍ତାରେ ପପୁଙ୍କ ବାଇକ୍ କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଥିଲା। ରାସ୍ତାରେ ଯାତାୟାତ କରୁଥିବା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତର ଖାନାକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ପପୁ ଙ୍କ ଦୁଃଖଦ ମୃତ୍ୟୁ ଖବର ପରେ ଆମପାଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *