ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସଭାଗୃହରେ ଆଜି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରମ୍ଯ ଉନ୍ନୟନ ବିଭାଗ ଦ୍ଵାରା ତିଆରି ହେଉଥିବା ରାସ୍ତା ନିମ୍ନ ମାନର, ରାସନ କାର୍ଡ, ବୃଦ୍ଧ ବୃଦ୍ଧା ଭିନ୍ନ କ୍ଷମ ବିଧବା ମହିଳା ମାନଙ୍କ ଭତ୍ତା ଯୋଜନା, ବିଦ୍ୟୁତ ଉପଭୋକ୍ତା ଉପରେ ଦାଉସାଧୁଥିବା ଟାଟାପାଓ୍ବାର ଠାରେ ଅଭିଯୋଗ, ମ, ରାମପୁର ହରିହର ସାଗର ର ଉନ୍ନତି କରଣ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ରାଜସ୍ବ ଉପଖଣ୍ଡ ସ୍ଥାପନ ଆଜି କୁନେଇ ମ, ରାମପୁର ର ସମସ୍ତ ଦଳଗତ ନିର୍ବିଶେଷରେ ଜାଗରଣ ମଞ୍ଚର ସଭାପତି ଚମରା ବଗର୍ତ୍ତି ତଥା କଂଗ୍ରେସ ଦଳର ବରିଷ୍ଠ ନେତା, ବିଜେପି ଦଳର ମ, ରାମପୁର ବ୍ଲକ ସାଂସଦ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ବିଜେଡି ଦଳର ବ୍ଲକ ସଭାପତି ତଥା ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା ପ୍ରତିନିଧି ସତ୍ୟ ନାରାୟଣ ସାହୁ, ବିଜେପି ଦଳ ର ମ, ରାମପୁର ମଣ୍ଡଳ ସଭାପତି ତଥା ଦେଡସୁଲି ପଞ୍ଚାୟତ ସମିତି ସଭ୍ୟ ଯାଜ୍ଞସେନ ପଣ୍ଡା, ଆଦିବାସୀ ଜିଲ୍ଲା ସଭାପତି ପ୍ରକାଶ ମାଝୀ, ପ୍ରମୁଖ ଜିଲ୍ଲା ପାଲ ସଚିନ ପାଓ୍ବାର ଙ୍କୁ ଏକ ଲିଖିତ ଦସ୍ତାବିଜ ପ୍ରଦାନ କରିଛନ୍ତି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠ, ତହସିଲ ଦାର ସମେତ ସମସ୍ତ ଜିଲ୍ଲା ର ପଦାଧିକାରୀ ମାନେ ଯୋଗ ଦେଇଥିଲେ। ଗୋଷ୍ଠୀ ଗତ ୧୨ ଟି ଓ ବ୍ୟକ୍ତିଗତ ୩୪ ଟି ମୋଟ ୪୬ ଟି ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ, ଜିପିଓ କୁଳମଣି ସିଂ ରାୟ, ସହଯୋଗ କରିଥିଲେ।

