ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡ଼ା ଗାଁରେ ଘଟି ଥିବା ବୃଦ୍ଧା ପେଟି ମଲିକ ହତ୍ୟା କାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଜୋଇଁ ସୁରଥ ପ୍ରଧାନ କୁ ବାଲିଗୁଡ଼ା ଵସଷ୍ଟାଣ୍ଡରେ ଗିରଫ କରିଛି କ ନୂଆଗାଁ ପୋଲିସ। ଗିରଫ ପରେ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅଶୋକ କୁମାର ହାଁସଦା। ସୂଚନା ଅନୁସାରେ ୨୭ ତାରିଖ ଦିନ କ ନୂଆଗାଁ ଥାନା ସିର୍ତ୍ତିଗୁଡାର ସୁରଥ ପ୍ରଧାନ ନିଜ ସ୍ତ୍ରୀ କିଲତି ପ୍ରଧାନ ସହ କୌଣସି କାରଣରୁ ଝଗଡ଼ା ଲାଗି ବାଡାପିଟା କରୁଥିବା ଯୋଗୁଁ ଶାଶୁ ପେଟି ମଲ୍ଲିକ ୮୦ ଜୋଇଁକୁ ବାଧା ଦେଇ ଥୂବାରୁ ଶାଶୁକୁ ଏକ ଟାଙ୍ଗିଆରେ ମୁଣ୍ଡକୁ ଆଘାତ ଦେଇଥିଲା। ବୃଦ୍ଧା ପେଟି ମଲ୍ଲିକ ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧୂକ ଚିକିତ୍ସା ପାଇଁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ବୃଦ୍ଧାଙ୍କୁ ମୃତ୍ଯୁ ଘୋଷଣା କରିଥିଲେ। ଏ ସକ୍ରାନ୍ତିରେ କ.ନୂଆଗାଁ ଥାନାରେ ମାମଲା ରୁଜୁ କରାଯାଇ ଫେରାର ଥିବା ଅଭିଯୁକ୍ତ ଜୋଇଁ ସୁରଥ ପ୍ରଧାନକୁ ଗିରଫ କରିବା ପାଇଁ ପୋଲିସ ତନାଘନା ଚଳାଇଥିଲା ।

