ସପ୍ତଦିବସିୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ; ମାଲଗୁଣ୍ଡି ବିଜୟୀ 

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଡାଲଗୁମା ଖେଲ ପଡ଼ିଆରେ ଲଙ୍କେଶ୍ୱରୀ କ୍ଳବ ଆନୁକୂଲ୍ୟରେ ଚାଲିଥିବା ସପ୍ତଦିବସିୟ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଫାଇନାଲ ଖେଳ ସହ ଉଯାପିତ ହୋଇଛି। ଏଥିରେ ଡ଼ଙ୍ଗରିଗୁଡା କୁ ହରାଇ ମାଲଗୁଣ୍ଡି ଦଳ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ମାଲଗୁଣ୍ଡି ଏବଂ ଡ଼ଙ୍ଗରିଗୁଡା ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। ପରେ ଟ୍ରାଇବେକ୍ ରେ ମାଲଗୁଣ୍ଡି ଦଳ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ହେଇଛି। ଖେଳ ଶିକ୍ଷକ ଶଙ୍କର ପୋଡ଼ ଖେଳ ପରିଚାଲନା କରିଥିବାବେଳେ ଲାଇନ୍ସ ରେ ଚିତ୍ତରଞ୍ଜନ ଠାକୁର ଗଣପତି ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ। ଫକୀର ଶାଗଡିଆ ଧାରାବିବରିଣୀ ପ୍ରଦାନ କରିଥିବା। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଡାଲଗୁମା ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।

ସମିତି ସଭ୍ୟ ଚିନ୍ତାମଣି ଚଣ୍ଡୀ, କଂଗ୍ରେସ ନେତା ମହେନ୍ଦ୍ର କୁମାର, ମୋହିତ ରାଉତ, ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଆୟୋଜକ ଅନୁଷ୍ଠାନର ସୁଧୀର ଖର୍ସେଲ, ଭକ୍ତିରାମ ପୋଡ, କେତୁରାମ ମାଝୀ, ଅମୋଜ ଧରୁଆ, ରାମପ୍ରସାଦ ଧରୁଆ, ଦିଗାମ୍ବର ବେମାଲ, ନମିଷ ପଟ୍ଟନାୟକ, ପ୍ରଫୁଲ ଚଣ୍ଡୀ ନୀଳମଣି କଟା, ମୁକେଶ କଟା, ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *